Only for Entertainment

ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କୁ ନାସା ଦେଲା ବଡ ସମ୍ମାନ, ତାଙ୍କ ନାମ ଅନୁସାରେ ହେଲା ଗ୍ରହର ନାମକରଣ

latestly
39

ନାସାର ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନର ମହାକାଶ ବୈଜ୍ଞାନିକମାନେ ୧୧ ନଭେମ୍ବର ୨୦୦୬ରେ ଖୋଜିଥିବା ଏକ ଗ୍ରହର ନାମକରଣ ପଦ୍ମ ବିଭୁଷଣ ପଣ୍ଡିତ ଜସରାଜଙ୍କ ନାମ ଅନୁସାରେ କରିଛନ୍ତି । ମହାକାଶରେ ମିଳିଥିବା ଏହି ଗ୍ରହ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଅବସ୍ଥିତ । ଏହା ଏକ ମାଇନର ପ୍ଲାନେଟ । ମାଇନର ପ୍ଲାନେଟ ସେହି ଗ୍ରହମାନଙ୍କୁ କୁହାଯାଏ ଯେଉଁମାନେ ପୂରା ଭାବେ ଗ୍ରହ ନୁହଁନ୍ତି କି ଧୂମକେତୁ ନୁହଁନ୍ତି ।

ପଣ୍ଡିତ ଜସରାଜଙ୍କ ଜନ୍ମ ୨୮ ଜାନୁଆରୀ ୧୯୩୦ରେ ହୋଇଥିଲା । ଏହି ଆଧାରରେ ଗ୍ରହର ନାମକରଣ ୩୦୦୧୨୮ ରଖାଯାଇଛି । ଏହି ସଂଖ୍ୟା ଜସରାଜଙ୍କ ଜନ୍ମଦିନର ଓଲଟା । ଏହାର ସୂଚନା ପଣ୍ଡିତ ଜସରାଜଙ୍କ ଝିଅ ଦୁର୍ଗା ଜସରାଜ ଦେଇଛନ୍ତି । ନାସା ୨୩ ସେପ୍ଟେମ୍ବରରେ ଏହି ନାମକରଣ ବିଷୟରେ ଘୋଷଣା କରିଛନ୍ତି ।

କହିରଖୁଛୁ ଯେ ଆଇଏୟୁ ୨୩ ସେପ୍ଟେମ୍ବର ୨୦୧୯ରେ ଏହା ବିଷୟରେ ଘୋଷଣା କରି ପ୍ରତୀକ ଚିହ୍ନ ମୁମ୍ବାଇ ସ୍ଥିତ ପଣ୍ଡିତ ଜସରାଜଙ୍କ ବାସଭବନକୁ ପହଁଚାଇଥିଲେ । ଏହି ସମ୍ମାନ ପାଇବାରେ ପଣ୍ଡିତ ଜସରାଜ ପ୍ରଥମ ଭାରତୀୟ କଳାକାର ।

କହିରଖୁଛୁ ଯେ, ଭାରତ ସରକାର ମଧ୍ୟ ପଣ୍ଡିତ ଜସରାଜଙ୍କୁ ସଙ୍ଗୀତ ପ୍ରତି ତାଙ୍କର ଯୋଗଦାନ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହା ସହିତ ତାଙ୍କୁ ସଙ୍ଗୀତ ନାଟକ ଏକାଡୋମୀ ପୁରସ୍କାର, ମାଷ୍ଟର ଦୀନାନାଥ ମଙ୍ଗେସକର ଆୱାର୍ଡ, ଲତା ମଙ୍ଗେସକର ପୁରସ୍କାର, ମହାରାଷ୍ଟ୍ର ଗୌରବ ପୁରସ୍କାର ମଧ୍ୟ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More