Only for Entertainment

ଆନାଥେସିଆରେ ଗଛ ମଧ୍ୟ ହୋଇଯାଏ ଅଚେତ ।

The New York Times
0 40

ଆନାଥେସିଆ ଦ୍ୱାରା ଗଛ ମଧ୍ୟ ମନୁଷ୍ୟ ଏବଂ ଜୀବ ଜନ୍ତୁଙ୍କ ଭଳି ପ୍ରତିକ୍ରିୟା ଦେଖାଇଥାଏ । ଏକ ଗବେଶଣାରୁ ଏହି ବିଷୟରେ ଜଣା ପଡିଥିଲା ଏବଂ ଭବିଷ୍ୟତରେ ଆନାଥେଟିକ୍ସ ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ଗଛ ଉପରେ ଏହାକୁ ପ୍ରୟୋଗ କରାଯାଇଥିଲା ଯାହାଦ୍ୱାରା ଏହାର ସମ୍ଭାବନା ଦେଖିବାକୁ ମିଳିଥିଲା ।

ଈଥର ଗ୍ୟାସ ଶୁଙ୍ଘିବା ପରେ ଅପରେସନ ବେଳେ ରୋଗୀ ମାନଙ୍କୁ କଷ୍ଟ ଅନୁଭବ ନ ହେବା ଲାଗି ରିସର୍ଚ ପରେ ଉନବିଂଶ ଶତାବ୍ଦୀରେ ସର୍ବ ପ୍ରଥମେ ଆନାଥେସିଆର ବ୍ୟବହାର ଆରମ୍ଭ ହୋଇଥିଲା । ସେବେ ଠାରୁ ଆନାଥେସିଆ ସାହାଯ୍ୟରେ ଅନେକ ପ୍ରକାର ରସାୟନ ସମ୍ପର୍କରେ ଜାଣି ହୋଇଥାଏ ।

ଏହି ପରୀକ୍ଷା ଜର୍ମାନୀ ୟୁନିଭର୍ସିଟି ଅଫ ବୋନର ବିଶେଷଜ୍ଞ ଫ୍ରେଂଟିସେକ ବାଲୁସ୍କାଙ୍କ ନେତୃତ୍ୱରେ କରାଯାଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ ଆନାସ୍ଥେଟିକ୍ସ ସଂସ୍ପର୍ଶରେ ଆସିବା ଦ୍ୱାରା ମଟର ଗଛ କୌଣସି ହରକତ କରି ନଥିଲା ।
ଏହିଭଳି ଛୋଟ ଛୋଟ ମଟର ଗଛର ଗତିବିଧି ବନ୍ଦ ହୋଇଯାଇଥିଲା । ଏହି ପରୀକ୍ଷାରୁ ପ୍ରମାଣିତ ହେଲା ଯେ ଗଛ ଉପରେ ମଧ୍ୟ ଆନାଥେସିଆର ପ୍ରଭାବ ଠିକ ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ଭଳି ହୋଇଥାଏ ଅର୍ଥାତ ଏହାମଧ୍ୟ ସେମାନଙ୍କ ଭଳି ଅଚେତ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More