Only for Entertainment

ଆପଣ ମଧ୍ୟ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?ହୋଇଯାଆନ୍ତୁ ସାବଧାନ ।

Deccan Chronicle
0 45

ବର୍ତ୍ତମାନ ମଣିଷ ସମାଜ ପ୍ରତିଟି ଛୋଟବଡ଼ କାର୍ଯ୍ୟ ଲାଗି ପ୍ଲାଷ୍ଟିକ୍‌ ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କିଛି କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି। ଉଦାହରଣ ସ୍ବରୂପ ଆମେ ପ୍ଲାଷ୍ଟିକ୍‌ ପାଣିବୋତଲକୁ ନେଇପାରିବା। ଏହାର ଚାହିଦା ଯେ କେତେ ବେଶି ତାହା କେବଳ କହିବା ବାହୁଲ୍ୟ ମାତ୍ର। ହେଲେ, ଏହା ସ୍ବାସ୍ଥ୍ୟ ପ୍ରତି କେତେ ହାନିକାରକ ସେ ଦିଗରେ ସମସ୍ତେ ଅବଗତ ନାହାନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

 

– ବାହାରକୁ ଯିବା ବେଳେ ସାଙ୍ଗରେ ପାଣି ବୋତଲଟିଏ କାହାର ବା ଲୋଡ଼ା ନ ଥାଏ। ହେଲେ, ଆପଣ ଜାଣନ୍ତିକି ପ୍ଲାଷ୍ଟିକ୍‌ ବୋତଲ କିମ୍ବା ଅନ୍ୟ କଣ୍ଟେନର ଭିତରେ ପାଣି ଅଧିକ ସମୟ ରହିବା ଏବଂ ତାହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ପ୍ଲାଷ୍ଟିକ ଧୀରେ ଧୀରେ ତରଳିବା ଆରମ୍ଭ କରିଥାଏ। ବିଶେଷକରି ଗାଡ଼ିରେ ପାଣିବୋତଲ ଅଧିକ ସମୟ ରଖିବା କିମ୍ବା ଗାଡ଼ି ଷ୍ଟାର୍ଟ ରଖି ବାହାରକୁ ଯିବା ଦ୍ୱାରା ପାଣି ଗରମ ହେବା ସହ ଧୀରେ ଧୀରେ ପ୍ଲାଷ୍ଟିକ୍‌ ତରଳିଥାଏ। ଫଳରେ ସେଥିରୁ ଡାଇଅକ୍ସିନ୍‌ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ, ଯାହାକି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।

– ପ୍ଲାଷ୍ଟିକ୍‌ ବୋତଲରେ ଅଧିକ ସମୟ ପାଣି ରଖିଲେ ସେଥିରୁ ଫ୍ଲୋରାଇଡ୍‌, ଆର୍ସେନିକ୍‌ ଏବଂ ଆଲୁମିନିୟମ ଭଳି ଅନେକ ହାନିକାରକ ଉପାଦାନ ନିର୍ଗତ ହୋଇଥାଏ, ଯାହାକି ମଣିଷ ଶରୀର ପାଇଁ ସମ୍ପୂର୍ଣ୍ଣ ବିଷାକ୍ତ। ତେଣୁ ଏହି ପାଣି ପିଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ।

– କେବଳ ଏତିକି ନୁହେଁ, ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ବାଇଫେନିଲ୍‌ ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍‌ ମିମିକିଙ୍ଗ୍‌ କେମିକାଲ୍‌ ଯାଇଥାଏ। ଏହା ମେଦବହୁଳତା, ଡାଇବେଟିସ୍‌, ପ୍ରଜନନ ସମସ୍ୟା ଭଳି ଅନେକ ରୋଗର କାରଣ ସାଜିଥାଏ।

– ବର୍ତ୍ତମାନ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ଅନେକ କମ୍ପାନୀ ଭିଟାମିନ୍‌ ଏନ୍‌ରିଚିଡ୍‌ ପାଣି ବିକ୍ରୟ କରୁଛନ୍ତି। ହେଲେ ପ୍ଲାଷ୍ଟିକ୍‌ର ହାନିକାରକ ଉପାଦାନ ସାଙ୍ଗକୁ ଏହି ପାଣିରେ ମିଶାଯାଉଥିବା ହାଇ ଫ୍ରୁକ୍ଟୋଜ୍‌ କର୍ନ ସିରପ୍‌ ଏବଂ ଫୁଡ୍‌ କଲର ଶରୀର ପାଇଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହେଉଛି।

– ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଶରୀରକୁ ଯାଉଥିବା ହାନିକାରକ ରାସାୟନିକ ପଦାର୍ଥ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ। ଫଳରେ ଏହା ଏକାଧିକ ରୋଗର କାରଣ ହୋଇଥାଏ। ବିଶେଷକରି ଏଥିରେ ଥିବା ଥାଲେଟ୍ସ ନାମକ କେମିକାଲ ଲିଭର କ୍ୟାନ୍ସରର କାରଣ ସାଜିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More