Only for Entertainment

କେମିକାଲ ନୁହେଁ ହର୍ବାଲ ରଂଗରେ ଖେଳନ୍ତୁ ହୋଲି ।

ppsthane
0 45

ହୋଲି ଅବସରରେ ବଜାରରେ ମିଳୁଥିବା ରଂଗ ଆପଣଙ୍କ କେଶ ଏବଂ ତ୍ୱଚା ଉପରେ ଅନେକ ପ୍ରଭାବ ପକାଇଥାଏ । ତେଣୁ ଏଭଳି କେମିକାଲ ଥିବା ରଂଗକୁ ଛାଡି ଘରେ ନିଜେ ପ୍ରସ୍ତୁତ କରିଥିବା ହର୍ବାଲ ରଂଗରେ ହୋଲିର ଭରପୂର ମଜା ନିଅନ୍ତୁ । ଆସନ୍ତୁ ଜାଣିବା କଣ ଏହି ହର୍ବାଲ ରଂଗ ପ୍ରସ୍ତୁତ କରିବାର ପ୍ରକ୍ରିୟା ।

ନାଲି ରଂଗ:
ଚନ୍ଦନ ପାଉଡରକୁ ଅଭିର ରୂପେ ଆପଣ ଚାହିଁଲେ ବ୍ୟବହାର କରିପାରିବେ । ଏହି ଅଭିର ପ୍ରସ୍ତୁତ କରିବା ଲାଗି ଆପଣ ମନ୍ଦାର ଫୁଲକୁ ଶୁଖାଇ ଏଥିରେ ବରାବର ମାତ୍ରାରେ ଅଟା କିମ୍ବା ବେସନ ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ ।

ସବୁଜ ରଂଗ:
ସବୁଜ ରଂଗର ଅଭିର ପ୍ରସ୍ତୁତ କରିବା ଲାଗି ଆପଣ ମେହେନ୍ଦୀ କିମ୍ବା ଅଁଳା ପାଉଡର ବ୍ୟବହାର କରିପାରିବେ । ଏହାକୁ ପ୍ରସ୍ତୁତ କରିବା ଲାଗି ଏଥିରେ ଆପଣ ବରାବର ମାତ୍ରାରେ ଅଟା ମିଶାଇ ଏହାକୁ ସବୁଜ ରଂଗରେ ପରିଣତ କରନ୍ତୁ । ଏହି ରଂଗ ଯଦି ଅନ୍ୟ କୌଣସି ଲୋକର କେଶ କିମ୍ବା ତ୍ୱଚାରେ ଲାଗିବାଦ୍ୱାରା ଏହାର କୌଣସି ପାଶ୍ୱର୍ ପ୍ରତିକ୍ର୍ରିୟା ହେବ ନାହିଁ । ଏହାଛଡା ଆପଣ ପୁଦିନା, ଧନିଆ କିମ୍ବା ପାଳଙ୍ଗ ପତ୍ରକୁ ଶୁଖାଇ ପେଶି ଦିଅନ୍ତୁ । ଏହି ପାଉଡରରୁ ମଧ୍ୟ ସୁନ୍ଦର ସବୁଜ ରଂଗ ପ୍ରସ୍ତୁତ କରାଯାଇପାରିବ ।

ଗୋଲାପି ରଂଗ:
ଏହି ରଂଗ ପ୍ରସ୍ତୁତ କରିବା ଲାଗି ୨ଟି ବିଟକୁ ପେଶି ଏହାର ଜୁସ ବାହାର କରନ୍ତୁ । ଏଥିରେ ପାଖାପାଖି ୫ଲିଟର ପାଣି ମିଶାଇ ଦିଅନ୍ତୁ । ଯଦି ଆପଣ ଗାଢ ରଂଗ ଚାହାନ୍ତି ତେବେ ଏଥିରେ ଅଳ୍ପ ପରିମାଣରେ ପାଣି ମିଶାନ୍ତୁ । ନଚେତ ବିଟକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More