Only for Entertainment

ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କୁ ମିଳୁଛି ଜୀବନରୁ ମାରିଦେବାର ଧମକ

BBC
165

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କୁ ଗତ ଏକ ମାସ ହେବ ଜୀବନରୁ ମାରିଦେବାର ଧମକ ମିଳୁଛି । ଦୁଇ ସପ୍ତାହ ପୂର୍ବରୁ ଉଦିତ ନାରାୟଣ ପୋଲିସରେ ଏଫଆଇଆର ମଧ୍ୟ ଦେଇଛନ୍ତି । ଉଦିତଙ୍କ କହିବା ମୁତାବକ କୌଣସି ବ୍ୟକ୍ତି ଗତ ଏକ ମାସ ହେବ ତାଙ୍କୁ ଜୀବନରୁ ମାରିଦେବ ବୋଲି ଧମକ ଦେଉଛି । କିନ୍ତୁ କଲ କରୁଥିବା ବ୍ୟକ୍ତି ଉଦିତଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଡିମାଣ୍ଡ କରିନାହିଁ ।

ପୋଲିସରେ ଅଭିଯୋଗ ଦାଖଲ ହେବା ପରେ ପୋଲିସ ଏହାର ଯାଂଚ କରି ଧମକ ଦେଉଥିବା ବ୍ୟକ୍ତିକୁ ଖୋଜୁଛି । କଲ ଆସୁଥିବା ନମ୍ବରର ଲୋକେସନକୁ ବିହାରର ବୋଲି କୁହାଯାଉଛି । ପୋଲିସର କହିବା ଅନୁସାରେ ଉଦିତଙ୍କୁ ଚୋରି ଫୋନରୁ କଲ ଆସୁଛି ।ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ପୋଲିସର ଏକ ଟିମ ଏବେ ବିହାର ଯାଇ ମାମଲା ଯାଂଚ କରିବା ପାଇଁ ପ୍ରସ୍ତୁତ ହୋଇଛି ।

ଉଦିତ ନାରାୟଣ ମୁମ୍ବାଇର ଅନେ୍ଧରୀ ୱେଷ୍ଟରେ ରହୁଛନ୍ତି । ପୋଲିସର କହିବା ଅନୁସାରେ ଉଦିତଙ୍କୁ ଧମକ ଦେଉଥିବା ବ୍ୟକ୍ତିର ନାମ ଲକ୍ଷ୍ମଣ । ତେବେ ଉଦିତ କେଉଁଆଡ଼େ ଯାଉଛନ୍ତି ଏବଂ କେତେବେଳେ ଘରୁ ବାହାରୁଛନ୍ତି ସେସବୁର ଖବର ତା ପାଖରେ ଅଛି ବୋଲି କହୁଛି ଧମକ ଦେଉଥିବା ବ୍ୟକ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More