Only for Entertainment

ଶୋରେ ଯେତେବେଳେ ସଚ୍ଚିନ ହେଲେ ରାମ ଏବଂ ସେହ୍ୱାଗ ଭକ୍ତ ହନୁମାନ ।

dailyhunt
0 47

ବୀରେନ୍ଦ୍ର ସେହ୍ୱାଗ ସେହି କ୍ରିକେଟର ମାନଙ୍କ ମଧ୍ୟରୁ ଜଣେ ଯିଏ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । କିନ୍ତୁ ସେହ୍ୱାଗ ମଧ୍ୟ ସେହି ଖେଳାଳୀ ମାନଙ୍କ ମଧ୍ୟରୁ ଜଣେ ଯିଏ ସ୍ୱଚ୍ଛ ହୃଦୟରେ ସଚ୍ଚିନଙ୍କର ଦିୱାନା ଓ ଆଜି ପର୍ଯ୍ୟନ୍ତ ତାଙ୍କୁ ସମ୍ମାନ ଦିଅନ୍ତି ଓ ତାଙ୍କୁ ନିଜର ଆଦର୍ଶ ଭାବନ୍ତି । କେବଳ ସେତିକି ନୁହେଁ ବରଂ ତାଙ୍କ ପ୍ରଶଂସା କରିବାରେ କେବେ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ । କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନଙ୍କୁ ସେ ଗଡ଼ ବୋଲି କୁହନ୍ତି । ଏହିଥର ସେ ମାଷ୍ଟର ବ୍ଲାଷ୍ଟରଙ୍କୁ ରାମ ବୋଲି କହିଛନ୍ତି । ଏହା ସହିତ ନିଜକୁ ଗଦାଧାରୀ ହନୁମାନ କହିଛନ୍ତି ।

 

ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ ସଚ୍ଚିନ ଏକା ସାଙ୍ଗରେ ନଜର ଆସିଛନ୍ତି । ସେହ୍ୱାଗ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହୁନ୍ତି । ଏହା ସହିତ ସେ ଇଂଷ୍ଟାଗ୍ରାମ ଆକାଉଂଟରେ ଲେଖିଛନ୍ତିଯେ ଯେତେବେଳେ ନିକଟରେ ଭଗବାନ ଥାଆନ୍ତି ତାଙ୍କ ପାଦତଳେ ରହିବା ଖୁବ ଭଲ । ଏହା ସହିତ ସେ ସଚ୍ଚିନଙ୍କୁ ଟ୍ୟଗ କରିଛନ୍ତି । ତେବେ ଏହା ତାଙ୍କ ନିଜ କାର୍ଯ୍ୟକ୍ରମର ଫଟୋ ବୋଲି ସେ କ୍ୟାପ୍ସନ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More