Only for Entertainment

ତୁ ‘ତୁ ହୈ ଦିଲନେ ଜିସେ ଅପନା କାହା’କୁ ନେଇ ଆଶା ଭୋଁସଲେଙ୍କ ପ୍ରଶ୍ନ, ପିଏମ ମୋଦି ଏଭଳି ଉତ୍ତର ଦେଲେ ।

zeenews
0 49

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଭାରତୀୟଙ୍କର ସାରା ଦୁନିଆରେ ଭାରତୀୟ କଳାକାରଙ୍କର ଥିବା ଲୋକପ୍ରିୟତାକୁ ଦେଖି ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତିଯେ ଚୀନରେ ତାଙ୍କ ସ୍ୱାଗତରେ ବଲିଉଡର ପ୍ରସିଦ୍ଧ ଗୀତ ‘ତୁ ତୁ ହୈ ଦିଲନେ ଜିସେ ଅପନା କାହା’ ଗୀତ ଶୁଣି ଖୁବ ଭଲ ଲାଗିଲା । ସେ ଟ୍ୱିଟ କରି କହିଛନ୍ତି ବିଦେଶରେ ଭାରତୀୟ ସଙ୍ଗୀତକୁ ଶୁଣି ଖୁବ ଭଲ ଅନୁଭବ ହେଲା । ବିଶେଷ କରି ହୋଷ୍ଟ ଯେତେବେଳେ ଏହାକୁ ବଜାନ୍ତି । ଆମ କଳାକାର ପୂରା ଦୁନିଆରେ ଲୋକପ୍ରିୟ ।

 

ବାସ୍ତବେର ପିଏମ ମୋଦିଙ୍କୁ ଆଶା ଏକ ପ୍ରଶ୍ନ ପଚାରି ଓ ତାହାର ଉତ୍ତର ଜାଣିବାକୁ ଚାହୁଁଥିଲେ । ସେ ପଚାରିଲେଯେ ୧୯୮୨ର ଏହି ଗୀତ ଶୁଣି କେମିତି ଲାଗିଲା । ତେଣୁ ପିଏମ ଉପରଲିଖିତ ଉତ୍ତର ଦେଇଥିଲେ । ଭୋଁସଲେ ଏକ ସମାଚାର ଏଜେନ୍ସିକୁ କହିଛନ୍ତିଯେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିଯେ ଯେଉଁମାନେ ଠିକ ଭାବରେ ଭାଷା ବୁଝିପାରୁ ନାହାଁନ୍ତି ସେହିମାନେ ଆମ ଗୀତକୁ ପସନ୍ଦ କରୁଛନ୍ତି ଏବଂ ପିଏମଙ୍କ ସ୍ୱଗତରେ ବଜାଇଛନ୍ତି ।

ଦିଲ ସେ ଦିଲ ଶୀଖର ସମ୍ମିଳନୀ ରେ ଚୀନର ସଙ୍ଗୀତକାରମାନେ ପିଏମଙ୍କୁ ଏହି ଗୀତ ଶୁଣାଇ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ବଲିଉଡ ଅଭିନେତା ଋଷି କପୁର ଏହି ଗୀତରେ ଅଭିନୟ କରିଥିଲେ,ତେଣୁ ସେ ମଧ୍ୟ ଆଶାଙ୍କ ପରି ନିଜର ଖୁସିକୁ ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More