Only for Entertainment

ପିଏମ ମୋଦି ମଧ୍ୟ ପାଳୁଛନ୍ତି ଦେଶର ନିୟମ,ଦେଖନ୍ତୁ ଭିଡ଼ିଓ ।

punjab kesari
0 52

ଆମ ଦେଶର ପ୍ରଧାନମନ୍ତ୍ରୀ କୌଣସି ସେଲିବ୍ରେଟୀଙ୍କ ଠାରୁ କମ ନୁହଁନ୍ତି । ସେ ଖୁବ ଲୋକପ୍ରିୟ । ସୋସିଆଲ ମିଡିଆରେ କୋଟି କୋଟି ଲୋକ ତାଙ୍କୁ ଫଲୋ କରନ୍ତି । ପିଏମଙ୍କ ରୋଟିନ ଠାରୁ ଆରମ୍ଭ କରି ତାଙ୍କ ଡ୍ରେସ ପୋଷାକ ପର୍ଯ୍ୟନ୍ତ ସବୁ ବିଷୟରେ ଜାଣିବା ପାଇଁ ଲୋକମାନେ ଇଛୁକ ଥାଆନ୍ତି । ଏହି ମଧ୍ୟରେ ପିଏମ ମୋଦିଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି,ଯେଉଁଥିରେ ସେ ନିୟମର ପାଳନ କରୁଥିବା ନଜର ଆସିଛନ୍ତି ।

ପିଆଇବି ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ଅଧକାରୀଙ୍କ ସହିତ ହାତ ମିଳାଇବା ପରେ ଗାଡ଼ିରେ ବସୁଛନ୍ତି ଏବଂ ଏହା ପରେ ସିଟ ବେଲ୍ଟ ପିନ୍ଧୁଛନ୍ତି । ପିଆଇବି ଏହି ଭିଡ଼ିଓ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଅଭିଯାନ ସଡ଼କ ସୁରକ୍ଷା ଜୀବନ ରକ୍ଷା ପ୍ରତି ଜାଗ୍ରତ କରିବା ପାଇଁ ସେୟାର କରିଛନ୍ତି ।

 

ଏହି ଭିଡ଼ିଓରେ ଲେଖାଯାଇଛି ଯେ ପିଏମ ଗାଡ଼ିରେ ବସିବା ପରେ ସିଲ୍ଟ ବେଲ୍ଟ ବାନ୍ଧୁଛନ୍ତି, ଆପଣଙ୍କର କ’ଣ ବାହାନା? ଯାତାୟତ ନିୟମକୁ ପାଳନ କରିବାକୁ ନେଇ ପିଏମଙ୍କର ଖୁବ ପ୍ରଶଂସା କରାଯାଉଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲାଇକ ମିଳିଛି ଏବଂ ୨ ହଜାରରୁ ଅଧିକ ଲୋକ କମେଂଟ କରିଛନ୍ତି ।

ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନର କହିବା ଅନୁସାରେ ସିଲ୍ଟ ବେଲ୍ଟ ଲଗାଇବା ପ୍ରାଥମିକ ସଂଯମ ପ୍ରଣାଳୀ ଯାହା ରାସ୍ତାରେ ୪୫ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାକୁ କମ କରିପାରେ । ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ୨୦୧୭ରେ ଏକ ଅଧ୍ୟୟନ କରିଥିଲା ଯେଉଁଥିରୁ ଜଣାଗଲାଯେ ୨୫ ପ୍ରତିଶତ ଲୋକ ପ୍ରତିଦିନ ସିଲ୍ଟ ବେଲ୍ଟ ପିନ୍ଧୁଛନ୍ତି । ତେଣୁ ଲୋକଙ୍କୁ କୁହାଯାଉଛି ଯେ ସେମାନେ ଜୀବନର ମହତ୍ୱ ବୁଝନ୍ତୁ । ବାଇକ ଚଳାଇବା ସମୟରେ ହେଲମେଟ ଏବଂ କାର ଚଳାଇବା ସମୟରେ ସିଟ ବେଲ୍ଟ ପିନ୍ଧିବା ନିତାନ୍ତୁ ଜରୁରୀ । ତେଣୁ ନିୟମକୁ ପାଳନ କରିବା ଉଚିତ । ଆପଣ ମଧ୍ୟ ପାଳନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More