Only for Entertainment

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଘୋଷଣା, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ

punjabkesari
188

ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଘୋଷଣା କରିଛନ୍ତି । ଏହି ଅଭିଯାନ ଆରମ୍ଭ ହେବ ୨ ଅକ୍ଟୋବର ଠାରୁ । କାରଣ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମଣିଷ ଜୀବନ ପାଇଁ ଖୁବ କ୍ଷତିକାରକ । ଏହା ମାଟିରେ ମିଶେ ନାହିଁ । ଏଥିରେ ଉପସ୍ଥିତ ଥିବା ରସାୟନ ମାଟିରେ ପୋତିଲେ ମଧ୍ୟ ୧୦୦୦ ବର୍ଷ ଧରି ମିଶେ ନାହିଁ । ଯଦି ଏହି ରସାୟନ ଆପଣଙ୍କ ଖାଦ୍ୟ ପଦାର୍ଥର ମିଶିବ ତେବେ ଆପଣ ଗମ୍ଭୀର ରୋଗର ଶୀକାର ହୋଇପାରନ୍ତି । ବିଭିନ୍ନ ସ୍ଥାନରେ ଗଦା ବଗଦା ପଲିଥିନ ଦେଖି ଆମେ ପ୍ରଶାସନକୁ ଦାୟୀ କରୁ, କିନ୍ତୁ ସମସ୍ତେ ମନେ ରଖିବା ଉଚିତ ଯେ ଏହା ଆମ ସମସ୍ତଙ୍କ କର୍ତ୍ତବ୍ୟ ଯେ କିଭଳି ଆମେ ଦେଶକୁ ଏହା କବଳରୁ ମୁକ୍ତ ରଖିବା ।

ପଲିଥିନ ବ୍ୟବହାର ସହିତ ଲୋକମାନେ ଏତେ ଜଡ଼ିତ ହୋଇ ଯାଇଛନ୍ତିଯେ ତାକୁ ବ୍ୟବହାର କରିବା ପରେ ତତକ୍ଷଣାତ ଫିଙ୍ଗି ଦେଉଛନ୍ତି । କେନ୍ଦ୍ରୀୟ ପର୍ଯ୍ୟାବରଣ ବୋର୍ଡ଼ ଅନୁସାରେ ଆମ ଦେଶରେ ଜଣେ ବ୍ୟକ୍ତି ବର୍ଷକୁ ୭ କିଲୋ ପଲିଥିନ ଫୋପାଡ଼ୁଛି । ଯାହା ଖୁବ ଘାତକ । ଗାଈ ଏବଂ ଅଜ୍ଞାତ ପଶୁ ଏହାକୁ ଖାଇ ଜୀବନ ହାରୁଛନ୍ତି । ତେବେ କେବଳ ଭାରତରେ ନୁହେଁ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଏହିଭଳି ସମସ୍ୟା ସୃଷ୍ଟି ହେଉଛି, ତାହା ପ୍ରକୃତି ପାଇଁ ଯେତିକି ଖରାପ ମଣିଷ ସମାଜ ପାଇଁ ମଧ୍ୟ ସେତିକି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More