Only for Entertainment

ନିର୍ବାଚନ କମିଶନ ଉପରେ ନିଷ୍ପତ୍ତି ନ୍ୟସ୍ତ: ଆଜି ରିଲିଜ ହେବ ନାହିଁ ମୋଦିଙ୍କ ବାୟୋପିକ ।

24

ଆଜି ମୁକ୍ତିଲାଭ କରିବନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦୀ’। ଫିଲ୍ମକୁ ନେଇ ବିବାଦ ଉପୁଜିବା ପରେ ଏହାର ରିଲିଜ୍‌କୁ ଏବେ ସ୍ଥଗିତ ରଖାଯାଇଛି। ଫିଲ୍ମ ପ୍ରଯୋଜକ ସନ୍ଦୀପ ସିଂହ ଆଜି ଟ୍ବିଟ ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି। ତେବେ ଆସନ୍ତା ଏପ୍ରିଲ ୧୨ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। କିନ୍ତୁ ନିର୍ବାଚନ କମିସନ୍‌ (ଇସି) ଆ‌ସନ୍ତାକାଲି ଏହି ବିବାଦୀୟ ବାୟୋପିକର ଉନ୍ମୋଚନ ତାରିଖ ବାବଦରେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ। ତେବେ ଜା‌ଣିବାକୁ ମିଳିଛି ଯେ ଏହି ଫିଲ୍ମଟିକୁ ସେନ୍‌ସର ବୋର୍ଡ ସାର୍ଟିଫିକେଟ୍‌ ମିଳିନଥିବାରୁ ଫିଲ୍ମଟିକୁ ସ୍ଥଗିତ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ବାଚନ ପୂର୍ବରୁ ରିଲିଜ୍‌ ହେବ ନା ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ସୁପ୍ରିମ୍‌ କୋର୍ଟ। ଏହି ବାୟୋପିକ୍‌ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ ଆଗତ ଏକ ଯାଚିକାକୁ ସୁପ୍ରିମ୍‌ କୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ୮ ତାରିଖ ସୋମବାର ଦିନ ଏହାର ଶୁଣାଣି କରିବେ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ୍‌ର ରିଲିଜ୍‌ ଉପରେ ରହିତାଦେଶ ଜାରି କରିବା ପାଇଁ କଂଗ୍ରେସ ଦଳ ମୁଖପାତ୍ର ଅମନ ପନଓ୍ଵର ସୁପ୍ରିମ୍‌ କୋର୍ଟରେ ଏହି ଯାଚିକା ଆଗତ କରିଛନ୍ତି। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେ ଏହି ମାମଲାର ପ୍ରାଥମିକ ଶୁଣାଣି କରି ଏହାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହାର ଶୁଣାଣି ଆସନ୍ତା ୮ ତାରିଖରେ କରିବେ ବୋଲି କହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More