Only for Entertainment

ନିଜ ହାତରେ ପ୍ରଧାନମନ୍ତ୍ରୀଙ୍କ ମୁହଁ ମିଠା କଲେ ପୂର୍ବ ରାଷ୍ଟ୍ରପତି ପ୍ରଣବ ।

punjab kesari
23

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯେତେବେଳେ ମଧ୍ୟ ସାକ୍ଷାତ କରନ୍ତି ଚର୍ଚ୍ଚାକୁ ଆସିଯାଆନ୍ତି । ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବା ପୂର୍ବରୁ ଆଜି ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିଛନ୍ତି । ପିଏମ ମୋଦିଙ୍କ ଏହି ସାକ୍ଷାତ ଫଟୋ ତାଙ୍କ ଟ୍ୱିଟର ଆକାଉଂଟ ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ଏହି ଫଟୋ ଖୁବ ଅଲଗା ଏବଂ ଦେଖିବା ପାଇଁ ଚମତ୍କାର । ବାସ୍ତବରେ ଯେଉଁ ଫଟୋ ଶେୟାର ହୋଇଛି ସେଥିରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ନିଜ ହାତରେ ପିଏମ ମୋଦିଙ୍କୁ କିଛି ଖୁଆଉଛନ୍ତି ।

 

ପୂର୍ବ ରାଷ୍ଟ୍ରପତି ମୋଦିଙ୍କୁ ଶୁଭକାମନା ଜଣାଇଲେ । ଏହି ସାକ୍ଷାତକୁ ଏକ ସୁନ୍ଦର କ୍ୟାପ୍ସନରେ ଦର୍ଶାଇଛନ୍ତି ନରେନ୍ଦ୍ର ମୋଦି । କହିରଖୁଛୁଯେ ମୋଦି ସବୁବେଳେ ପ୍ରଣବଙ୍କ ପ୍ରଶଂସା କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More