Only for Entertainment

ଗାନ୍ଧୀନଗର ସ୍କୁଲ ପିଲାଙ୍କ ସହ ଖେଳିଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡିଓ ଭାଇରାଲ !

24

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ସମସ୍ତଙ୍କୁ ଜଣା । ମୋଦି ଦେଶ ହେଉ କି ବିଦେଶରେ ସବୁଠି ଛୋଟ ପିଲାଙ୍କୁ ଖୁବ ଆଦର କରନ୍ତି । ମଙ୍ଗଳବାର ଗୁଜୁରାଟରେ ଶେଷ ଦିନରେ ଗାନ୍ଧିନଗର ଏକ ସ୍କୁଲରେ ଛୋଟ ପିଲାଙ୍କୁ ଭେଟିଥିଲେ । ଏହି କାର‌୍ୟ୍ୟକ୍ରମରେ ସେ ଛୁଆମାନଙ୍କ ସହ ଛୁଆ ହେଉଥିବା ନଜର ଆସିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିଲାମାନେ ପାଖରେ ପାଇ ଖୁବ ଖୁସି ହୋଇଥିଲେ । ଏହି କାର‌୍ୟ୍ୟକ୍ରମରେ ପିଲାମାନେ ଭାରତ ମାତା କି ଜୟ ନାରା ମଧ୍ୟ ଲଗେଇଥିଲେ । ଏହାସହ ସେ ପିଲାଙ୍କୁ ପଚାରିଥିଲେ ଯେ ବନ୍ଦେ ମାତରମ ଗୀତ ବ୍ୟତୀତ ଆଉ କେଉଁ କେଉଁ ଗୀତ ଆସେ । ଖାଦ୍ୟରେ କଣ କଣ ଖାଆନ୍ତି ବୋଲି ମଧ୍ୟ ପଚାରିଥିଲେ ପିଲାମାନଙ୍କୁ । ଏହାସହ ପ୍ରଧାନମନ୍ତ୍ରୀ ମୋଦି ନିଜ ଆଙ୍ଗୁଠିରେ ଖେଳ ପ୍ରଦର୍ଶନ କରି ପିଲାମାନଙ୍କୁ ପ୍ରଭାବିତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More