Only for Entertainment

କେଦାରନାଥ ଦର୍ଶନ କରି ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି ।

India Today
37

ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଟୁଇଟର ହ୍ୟାଣ୍ଡେଲ୍‌ରେ ସେ ପୋଷ୍ଟ୍‍ କରିଛନ୍ତି: ଶୁଭ ଦୀପାବଳି! ଏଇ ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସ୍ୱସ୍ଥ୍ୟା ଓ ସମୃଦ୍ଧି ଆଣୁ। ଉତ୍ତମ ଓ ଉଜ୍ଜ୍ୱଳର କ୍ଷମତା ସର୍ବଦା ଲାଗିରହୁ। ଦୀପାବଳି ଶୁଭେଚ୍ଛା ଜଣାଇଥିବା ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।


ଉତ୍ତରାଖଣ୍ଡର ହର୍ଷିଲ୍‌ ଠାରେ ଭାରତୀୟ ସେନା ଏବଂ ଆଇଟିବିପି ଯବାନମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଦୀପାବଳି ପାଳନ କରିଛନ୍ତି। ସେ ଯବାନମାନଙ୍କୁ କହିଲେ, ସୁଦୂର ତୁଷାରିଆ ଉଚ୍ଚତାରେ କର୍ତ୍ତବ୍ୟ ପ୍ରତି ଆପଣମାନଙ୍କର ନିଷ୍ଠା ଦେଶକୁ ସୁଦୃଢ଼ କରାଉଛି ଏବଂ ୧୨୫ କୋଟି ଭାରତୀୟଙ୍କ ଭବିଷ୍ୟତ ଓ ସ୍ୱପ୍ନକୁ ସୁରକ୍ଷା ଦେଉଛି।

modi-5

ଯବାନମାନଙ୍କୁ ଭେଟି ସାରିବା ପରେ ମୋଦି କେଦାରନାଥସ୍ଥିତ ହିମାଳୀୟ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ଏବଂ କେଦାରପୁରୀ ପୁନଃର୍ନିମାଣ ପ୍ରକଳ୍ପର ସମୀକ୍ଷା କଲେ। ୨୦୧୪ ଠାରୁ ଏହା ହେଉଛି ମୋଦିଙ୍କ ତୃତୀୟ କେଦାରନାଥ ଗସ୍ତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More