Only for Entertainment

ଦିଲ୍ଲୀ ସଡ଼କରେ ବିନା ଭିଆଇପି ରୁଟରେ ବାହାରିଲେ ପିଏମ ମୋଦି,ଦେଖନ୍ତୁ ଭିଡ଼ିଓ ।

punjabkesari
0 42

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରକୁ ‘ସ୍ୱଚ୍ଛତା ହି ସେବା ହୈ’ ଦୁର୍ଗର ଉଦ୍ଘାଟନ କଲେ । ସେ ଭିଡ଼ିଓ କନଫରେନ୍ସିଙ୍ଗ ଜରିଆରେ ଦେଶର କୋଟି କୋଟି ସ୍ୱଚ୍ଛତା ଆଗ୍ରହୀଙ୍କ ସହିତ କଥା ହେଲେ ଏବଂ ଏହି ଆନ୍ଦୋଳନରେ ଲୋକଙ୍କର ଯୋଗଦାନକୁ ମଧ୍ୟ ଖୁବ ପ୍ରଶଂସା କଲେ । ଏହାପରେ ଯେତେବେଳେ ସେ ସ୍ୱଚ୍ଛତା ଶ୍ରମଦାନ ପାଇଁ ବାହାରିଲେ ସେ ଟ୍ରାଫିକରେ ଫସିଗଲେ ।

 

ବିନା କୌଣସି ସିକ୍ୟୁରିଟି ରୁଟରେ ସେ ବାହାରିଗଲେ । ଏଥିପାଇଁ କୌଣସି ଭିଆଇପି ରୁଟ ଲଗାଯାଇ ନଥିଲା । କେବଳ ସେତିକି ନୁହେଁ ଟ୍ରାଫିକକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା । ତେଣୁ ସେମାନେ ଟ୍ରାଫିକରେ ଫସି ଯାଇଥିଲେ । କୁହାଯାଉଛିଯେ ସକାଳ ସମୟରେ ଲୋକଙ୍କୁ ସେମାନଙ୍କ କାମକୁ ଯିବାକୁ ଯେପରି କୌଣସି ଅସୁବିଧା ନ ପହଂଚୁ ସେଥିପାଇଁ ଏଭଳି କରା ଯାଇଥିଲା । ତେବେ ଟ୍ରାଫିକରୁ ବାହାରିବା ପାଇଁ ପୋଲିସ ପ୍ରଶାସନ ଆସିଥିଲା ଏବଂ ସେଠାରୁ ସେ ବାହାରିଥିଲେ ସିଧାସଳଖ ପାହାଡ଼ଗଂଜ ସ୍ଥିତ ବିଦ୍ୟାଳୟକୁ । ତେବେ ପିଏମଙ୍କ ପାଇଁ ଟ୍ରାଫିକ ବ୍ୟବସ୍ଥାରେ କୌଣସି ସମସ୍ୟା ସୃଷ୍ଟି ହୋଇ ନଥିଲା ଏବଂ ସବୁଦିନ ଭଳି ତାହା ସମାନ ଥିଲା । ଏହାପରେ ମୋଦି ଝାନ୍ସୀ ରୋଡ଼ ସ୍ଥିତ ବାବା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ସ୍ୱଚ୍ଛତା ବିଷୟରେ ସନ୍ଦେଶ ଦେଲେ ଏବଂ ନିଜେ ଝାଡ଼ୁ କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More