Only for Entertainment

ଡେରାଡୁନରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ ସୁଟିଂ, ସାମ୍ନାକୁ ଆସିଲା ବିବେକ ଓବରୟଙ୍କ ପ୍ରଥମ ଲୁକ !

33

ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଦୁନ ରେ ସୁଟିଂ ଚାଲିଛି । ଆଗକୁ ଆଉ କିଛିଦିନ ସହରର ଅନ୍ୟ ସ୍ଥାନରେ ସୁଟିଂ କରାଯିବ । ଫିଲ୍ମରେ ଦୁନର କଳାକାରଙ୍କୁ ମଧ୍ୟ ଅଭିନୟ କରିବାର ସୁଯୋଗ ମିଳିଛି । ଫିଲ୍ମରେ ବଲିଉଡ ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ରେ ନଜର ଆସିବେ ।

ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ଫିଲ୍ମ ସୁଟିଂ କରାଯାଇଛି । ଫିଲ୍ମ ସୁଟିଂ ପାଇଁ ଦୁନ ପହଁଞ୍ଚି ବିବେକ ଓବରୟ ଶୁକ୍ରବାର ଏଫଆରଆଇରେ ଫିଲ୍ମର କିଛି ସିନ କରିଥିଲେ ।

ଏହି ସୁଟରେ ଅଭିନେତା ହାଲୁକା ରଙ୍ଗର ଏକ କୁର୍ତ୍ତା ପିନ୍ଧିଥିବା ନଜର ଆସିଥିଲେ । ଏଥିରେ ମୁଖ୍ୟ ନେଗେଟିଭ ଚରିତ୍ର ରେ ନଜର ଆସିବେ ପ୍ରଶାନ୍ତ ନାରାୟଣ ଏବଂ ଡୁନ ରେ ସତୀଶ ଶର୍ମାଙ୍କର ମଧ୍ୟ କିଛି ସିନ ନିଆ ଯାଇଛି ।

ବିବେକଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବଢିଥିଲା । ସୂତ୍ର ମୁତାବିକ ଏହି ଫିଲ୍ମର ଅନେକ ଭାଗ ଉତ୍ତରାଖଣ୍ଡରେ ସୁଟ କରାଯିବ । ଏଠାରେ ଆମେ କହି ରଖୁଛୁ ଓମଙ୍ଗ କୁମାର ସରବଜିତ, ଭୂମି, ମେରିକମ ଭଳି ଫିଲ୍ମର ନିର୍ଦେଶନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More