Only for Entertainment

ରିଲିଜ ହେଲା ‘ପିଏମ ନରେନ୍ଦ୍ର ମୋଦି’ର ଟ୍ରେଲର, ୟୁଜର୍ସ ଦେଲେ ଏପରି ପ୍ରତିକ୍ରିୟା

Deccan Chronicle
35

ବଲିଉଡ ଅଭିନେତାବିମବେକ ଓବରଙ୍କ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ ଏବେ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ୨୦ ମାର୍ଚ୍ଚରେ ଫିଲ୍ମର ଟ୍ରେଲର ଲଂଚ କରାଯାଇଛି । ଫିଲ୍ମରେ ବିବେକ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି । ଟ୍ରେଲର ଲଂଚ ଅବସରରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ । ଟ୍ରେଲର ଲଂଚରେ ବିବେକ କୁର୍ତ୍ତା ପାଇଜାମ ସହିତ ଏକଦମ ପ୍ରଧାନମନ୍ତ୍ରୀଘଙ୍କ ଲୁକରେ ନଜର ଆସିଥିଲେ । ଫିଲ୍ମର ଟ୍ରେଲରକୁ ବିବେକ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ ।

ଫିଲ୍ମର ଟ୍ରେଲର ସେୟାର କରିବା ପରେ ୟୂୁଜରଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କେହି କେହି ଭିଡିଓରେ ଖରାପ କମେଣ୍ଟ ମଧ୍ୟ କରିଥିଲେ । ଏପରି କି ଜଣେ ୟୁଜର ଲେଖିଥିଲେ ନିର୍ବାଚନ ପୂର୍ବରୁ ମୁଭି.. ବୋଧ ହୁଏ ବିଜେପିର କନଫିଡେନ୍ସ ନାହିଁ ।

କହିରଖୁଛୁ ଯେ, ଲୋକସଭା ନିର୍ବାଚନ ୧୧ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ବେଳେ ମୁଭି ୫ ଏପ୍ରିଲରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନର ଅନେକ ଅଜଣା ଅଂଶ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More