Only for Entertainment

ବୀରୁ ଦେବଗନଙ୍କ ଦେହାନ୍ତ ପରେ ଦେବଗନ ପରିବାରକୁ ଶୋକ ପତ୍ର ଲେଖି ପଠାଇଲେ ମୋଦୀ

India Todayc
29

ମେ’ ୨୭ ଗୁରୁବାର ଦିନ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ ବଲିଉଡ୍‌ର ଷ୍ଟଣ୍ଟ ମାଷ୍ଟର ତଥା ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ । ହଠାତ୍‌ ତାଙ୍କ ବିୟୋଗ ଖବର ଶୁଣି ସାରା ବଲିଉଡ୍‌ ସ୍ତବ୍ଧ ହୋଇ ଯାଇଥିଲା । ନିଜର ଶୋକ ବ୍ୟକ୍ତ କରିବା ପାଇଁ ଦେବଗନଙ୍କ ନିବାସ ଆଗରେ ସେଲିବ୍ରିଟିମାନଙ୍କର ଧାଡ଼ି ଲାଗିଥିଲା । ଏ ମଧ୍ୟରେ ପାଖରେ ନ ପହଞ୍ଚି ମଧ୍ୟ ଚିଠି ଜରିଆରେ ନିଜର ଶୋକ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମେ’ ୨୮ରେ ମୋଦୀଜୀ ବୀରୁ ଦେବଗନଙ୍କ ଉଦ୍ଦେଶ୍ୟରେ ଲେଖି ବଲିଉଡ୍‌ରେ ତାଙ୍କ ଯୋଗଦାନକୁ ମନେ ପକାଇଥିଲେ । ଚିଠିରେ ଦେବଗନ ପରିବାରକୁ ସାନ୍ତ୍ୱନା ଦେବା ସହ ବଲିଉଡ୍‌ରେ ବୀରୁ ଦେବଗଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ ବୋଲି ଲେଖିଥିଲେ ମୋଦୀ । ଚିଠି ପାଇବା ପରେ ଆଜି ଅଜୟ ଦେବଗନ ତାଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଛନ୍ତି ।

ଟୁଇଟ୍‌ରେ, ମୋ ମା’ ଏବଂ ପୂରା ଦେବଗନ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଚିଠିକୁ ନେଇ ଆଭାର ବ୍ୟକ୍ତି କରୁଛୁ ବୋଲି ଲେଖିଥିଲେ ଅଜୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More