Only for Entertainment

ଫିଟନେସ୍ ପାଇଁ ଲୋକଙ୍କୁ ପ୍ରେରିତ କରିବା ମାମଲାରେ ଅକ୍ଷୟ କୁମାର ଏବଂ ରାମଦେବ ବାବାଙ୍କୁ ପଛରେ ପକାଇଲେ ପିଏମ୍ ମୋଦି

ratherexposethem
37

ଫିଟନେସ ପାଇଁ ଲୋକଙ୍କୁ ପ୍ରେରିତ କରିବା ମାମଲାରେ ପିଏମ ନରେନ୍ଦ୍ର ମୋଦି ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଯୋଗ ଗୁରୁ ରାମଦେବ ବାବାଙ୍କୁ ପଛରେ ପକାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକଙ୍କୁ ପ୍ରେରିତ କରିବା ମାମଲାରେ ଦେଶରେ ଲଗାତାର ଦ୍ୱିତୀୟ ଥର ପାଇଁ ଅଗ୍ରଣୀ ରହିଛନ୍ତି ।

ଏହି ଲିଷ୍ଟରେ ପିଏମ ମୋଦିଙ୍କ ପରେ ଅଭିନେତା ଅକ୍ଷୟ କୁମାର ଏବଂ ଯୋଗ ଗୁରୁ ବାବା ରାମଦେବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ପ୍ରମୁଖ ପ୍ରିଭେଣ୍ଟିଭ ହେଲ୍ଥକେୟାର ଇକୋସିଷ୍ଟମ ‘ଜିଓକ୍ୟୁଆଇଆଇ’ ମଙ୍ଗଳବାର ଏହି ଲିଷ୍ଟର ଘୋଷଣା କରିଛନ୍ତି । କହିରଖୁଛୁ ଯେ, ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରେରିତ କରିବା ଲିଷ୍ଟରେ ଏମଏସ ଧୋନି, ରଣବୀର ସିଂ, କରୀନା କପୁର, ଟାଇଗର ଶ୍ରଫ, ପ୍ରିୟଙ୍କା ଚୋପ୍ରା, ବିରାଟ କୋହଲି ଏବଂ ଦୀପିକା ପାଦୁକୋନଙ୍କ ନାମ ସାମିଲ ରହିଛି । ଏହି ସମସ୍ତ ଷ୍ଟାର ଟମ ୧୦ ଲିଷ୍ଟରେ ରହିଛନ୍ତି ।

‘ଜିଓକ୍ୟୁଆଇଆଇ’ର ସଂସ୍ଥାପକ ଅବଂ ସିଇଓ ବିଶାଲ ଗୋଣ୍ଡଲ କହିଛନ୍ତି ଯେ, ‘ଏହି ରିପୋର୍ଟ ଆମ ଦେଶର ସବୁଠାରୁ ପ୍ରଭାବଶାଳୀ ହେଲ୍ଥକେୟାର ବ୍ୟକ୍ତିଙ୍କ ପରିଚୟ କରିବାର ଏ କ ପ୍ରୟାସ । ଯେଉଁମାନେ ଭାରତକୁ ସୁସ୍ଥ ରଖିବା ପାଇଁ ଶକ୍ତି ଯୋଗାଉଛନ୍ତି । ସୁସ୍ଥ ଭାରତ ପାଇଁ ଭାରତ ସରକାର ସହିତ ଏହା ଆମର ମଧ୍ୟ ଲକ୍ଷ ରହିଛି ।’

‘ଜିଓକ୍ୟୁଆଇଆଇ’ର ରିପୋର୍ଟରେ କୁହାଯାଇଛି ଯେ, ମୋଦି ୨୦୧୫ରେ ଯୋଗ ଦିବସ ଆସମ୍ଭ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଦିବସକୁ ଏବେ ପୂରା ବିଶ୍ୱରେ ପାଳନ କରାଯାଉଛି । ମୋଦି ଭାରତକୁ ସୁସ୍ଥ ରଖିବା ପାଇଁ ଉତ୍ସାହ ଜନକ କାର୍ଯ୍ୟ କରୁଛନ୍ତି । ଏହା ସହିତ ରିପୋର୍ଟରେ ଅକ୍ଷୟ କୁମାରଙ୍କର ମଧ୍ୟ ପ୍ରଶଂସା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More