Only for Entertainment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ, ବିରାଟଙ୍କ ଚ୍ୟାଲେଂଜ ପରେ ମର୍ଣ୍ଣିଂ ଏକ୍ସରସାଇଜ କରୁଥିବାର ଆସିଲେ ନଜର ।

TWITTER
0 36

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚାଲେଞ୍ଜ୍‌ ଗ୍ରହଣ କରିବାର ମାସେ ନ ପୂରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଏକ ଭିଡିଓ ପୋଷ୍ଟ କରିଛନ୍ତି। ନିଜକୁ ଫୂର୍ତ୍ତି ଓ ଶୌର୍ଯ୍ୟବାନ୍‌ ରଖିବା ପାଇଁ ସେଥିରେ ମୋଦି ସକାଳୁ ଗୁଡ଼ାଏ ବ୍ୟାୟାମ କରୁଥିବାର ଦୃଶ୍ୟ ରହିଛି।

ନିୟମିତ ଯୋଗ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଏଥିରେ କେତେଗୁଡ଼ାଏ ଆସନ କରୁଛନ୍ତି ଯାହା ଭିନ୍ନ ଭିନ୍ନ ଦିଗରୁ କଷ୍ଟକର ମନେହୁଏ। ଏଥିସହ ସେ ଶ୍ୱାସପ୍ରଶ୍ୱାସ ବ୍ୟାୟାମ ମଧ୍ୟ କରୁଥିବାର ଦେଖାଯାଉଛି। ଏହି ବ୍ୟାୟାମ ଶରୀରର ରୋଗପ୍ରତିରୋଧକ ଶକ୍ତି ସହ ଅନ୍ୟ କେତେକ ଉପକାର କରିବ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପୋଷ୍ଟ୍‌ କରାଯାଇଥିବା ଏହି ଭିଡିଓ ତାଙ୍କର ବ୍ୟାୟାମ କାର୍ଯ୍ୟକଳାପ ପ୍ରଦର୍ଶନ କରାଇବାର ପ୍ରତିଶ୍ରୁତି ରକ୍ଷା କରୁଛି। କୋହଲି ଦେଇଥିବା ଚାଲେଞ୍ଜ୍‌କୁ ସେ ଗ୍ରହଣ କରିଥିଲେ। କେବଳ ମୋଦି ନୁହନ୍ତି ନିଜ ପତ୍ନୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ଏମ୍‌ଏସ୍‌ ଧୋନିଙ୍କୁ ମଧ୍ୟ ସେ ଚାଲେଞ୍ଜ୍‌ ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More