Only for Entertainment

ବରଫ ନଦୀରେ ଚଲାଇଲେ ମୋଦିଙ୍କ ଡଙ୍ଗା, ଗ୍ରିଲ୍ସ କହିଲେ ହିମାଳୟ ପାଣି ବହୁତ ଥଣ୍ଡା

aajtak
87

ନର୍ଦ୍ଦନ ଆଇଲ୍ୟାଣ୍ଡର ଆଡଭେଂଚରର ବେୟର ଗ୍ରିଲ୍ସ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାସ ଆଡଭେଂଚର ମ୍ୟାନ ଭର୍ସେସ ୱାଇଲଡ ଦର୍ଶକଙ୍କୁ ଦେଖିବାକୁ ମିଳିଛି । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଦର୍ଶକ ଏହି ଖାସ ଏପିସୋଡକୁ ଦେଖିଛନ୍ତି । ଏହି ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଯେ ସଂରକ୍ଷଣ ବିଷୟରେ ଆଲୋଚନା କରିନାହାଁନ୍ତି ବରଂ ଆଗାମୀ ପିଢୀ ପାଇଁ କିଭଳି ସଂରକ୍ଷଣ କରି ହେବ ସେହି ବିଷୟରେ ମଧ୍ୟ କହିଛନ୍ତି ।

ଏହି ଶୋ ପାଇଁ ମୋଦିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ପିଏମ ମୋଦି ରାଫ୍ଟ ମାଧ୍ୟମରେ ନଦୀ ପାର ହେଲେ । ଏହି ସମୟରେ ଗ୍ରିଲ୍ସ ରାଫ୍ଟକୁ ଟାଣୁଥିଲେ ଏବଂ ମୋଦି ସେଥିରେ ବସିଥିଲେ । ହିମାଳୟର ଥଣ୍ଡା ପାଣି ଯୋଗୁଁ ଗ୍ରିଲ୍ସଙ୍କ ଅବସ୍ଥା ଖରାପ ହୋଇଯାଇଥିଲା, ଏହି କଥା ସେ ମୋଦିଙ୍କ ସହିତ ଶେୟାର କରିଛନ୍ତି ।

ପିଏମ ମୋଦି ପର୍ଯ୍ୟାବରଣକୁ ନେଇ ଖୁବ ସମ୍ବେଦନଶୀଳ ଏବଂ ଏହି ବିଷୟରେ ନିଜ ବିଚାର ମଧ୍ୟ ଜଣାନ୍ତି । ଏହି କଥା ସେତେବେଳେ ଜଣାପଡ଼ିଲା ଯେତେବେଳେ ଗ୍ରିଲ୍ସ କହିଲେ ଜିମ କାର୍ବେଟ ଖୁବ ଖତରନାକ । ଏହାର ଉତ୍ତରରେ ମୋଦି କହିଲେ, ଯଦି ଆପଣ ପ୍ରକୃତି ସହିତ ସଂଘର୍ଷ କରିବେ, ପ୍ରକୃତି ବିରୁଦ୍ଧରେ ରହିବେ ତେବେ ଆପଣଙ୍କୁ ସବୁକିଛି ବିପଦପୂର୍ଣ୍ଣ ଲାଗିବ । କିନ୍ତୁ ଯଦି ପ୍ରକୃତି ସହିତ ରହିବେ, ତାକୁ ଭଲ ପାଇବେ ଏବଂ ତାକୁ ବଂଚାଇବାକୁ ଚେଷ୍ଟା କରିବେ ତେବେ ଜଙ୍ଗଲୀ ଜୀବ ମଧ୍ୟ ଆପଣଙ୍କ ସାଥ୍ ଦେବେ ।

କହିରଖୁଛୁ ଏହା ଏପିସୋଡକୁ ୮ଟି ଭାରତୀୟ ଭାଷାରେ ଦେଖାଗଲା । ଏଥିରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମଲାୟାଲାମା ଏବଂ ମରାଠୀ ଆଦି ଭାଷା ସାମିଲ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More