Only for Entertainment

ପ୍ରଧାନମନ୍ତ୍ରୀ ମୋଦୀ ମଂଚ ଉପରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ, ଭିଡିଓ ଭାଇରାଲ !

26

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାର୍ବଜନିକ କାର୍ଯ୍ୟକ୍ରମ ମଂଚରେ ଗୁଜୁରାଟର ପୁର୍ବ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପାଦ ଛୁଇଁ ଥିଲେ । ମୋଦି ୨୦୦୧ରେ ଯେତେବେଳେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ପଟେଲଙ୍କ ସ୍ଥାନ ନେଇଥିଲେ ।

୯୦ବର୍ଷରୁ ଉଦ୍ଧ୍ୱର୍ ବୟସ ପଟେଲ ଅଡାଲଜରେ ପାଟିଦାର ସମୁଦାୟର ଲେବୁଆ ଉପଜାତିର ଏକ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହରେ ଆସିଥିଲେ । ମଂଚ ଉପରେ ଥିବା ଅନ୍ୟ ଲୋକମାନଙ୍କୁ ମୋଦି ହାତ ଯୋଡି ଅଭିବାଦନ କରିଥିବା ବେଳେ କେଶୁଭାଇଙ୍କ ଚରଣ ଛୁଇଁ ତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ପଟେଲ ମଧ୍ୟ ହସି ତାଙ୍କୁ ଆଲିଙ୍ଗନ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ମୋଦିଙ୍କ ଧୁର ବିରୋଧୀ ହାର୍ଦ୍ଦିକ ପଟେଲ ନିଜ ଆରକ୍ଷଣ ଆନ୍ଦୋଳନ ଜରିଆରେ ବାରମ୍ବାର କେଶୁଭାଇଙ୍କୁ ଭେଟ କରିଥିଲେ ଏବଂ ସେ କେଶୁଭାଇଙ୍କୁ ନିଜ ମାର୍ଗଦର୍ଶକ କହିଥିଲେ । ପଟେଲ ମଧ୍ୟ ପୂର୍ବ ବିଜେପିଙ୍କୁ ଠାରୁ ଅଲଗା ହୋଇ ନିଜର ଏକ ପାର୍ଟି ଗୁଜୁରାତ ପରିବର୍ତ୍ତନ ପାର୍ଟି ବନାଇଥିଲେ , ଯାହା ପୁଣି୍ଥରେ ବିଜେପି ସହ ମିଶି ଯାଇଥିଲା । ପାଟିଦାର ସମୁଦାୟର ଦୁଇଟି ଉପଜାତି କଡବା ଏବଂ ଲେବୁଆକୁ ବିଜେପି ଏବଂ ମୋଦିର ସବୁଠାରୁ ବଡ ସମର୍ଥକ ମାନନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗତକାଲି ପାଟିଦାର ସମୁଦାୟର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More