Only for Entertainment

ରଜରେ ପ୍ରସ୍ତୁତ କରନ୍ତୁ ପୋଡ ପିଠା, ଜାଣନ୍ତୁ କିପରି ପ୍ରସ୍ତୁତ କରିବେ

google
22

ରଜ ପର୍ବ ସହିତ ଖାଦ୍ୟର ସଂପର୍କ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ ମଧ୍ୟରୁ ପୋଡ଼ପିଠାର ସ୍ଥାନ ସ୍ୱତନ୍ତ୍ର। ବିରି, ଅଳ୍ପ ଚାଉଳ, ନଡ଼ିଆ, ଘିଅ, ଗୁଜରାତିଗୁଣ୍ଡ, କାଜୁ, କିସମିସ୍, ଓ ଚିନି ଦେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ।

ରଜର ପୂର୍ବ ଦିନ ଅର୍ଥାତ୍ ସଜବାଜଠାରୁ ବିରି, ଚାଉଳକୁ ବାଟି ରଖାଯାଇଥାଏ। କେତେକ ଗ୍ରାମୀଣ ଅଞ୍ଚଳରେ ସଜବାଜ ଦିନ ହିଁ ପୋଡ଼ପିଠା କରି ରଖାଯାଏ। ଅନ୍ୟସ୍ଥାନମାନଙ୍କରେ ରଜଦିନ ସକାଳୁ ପୋଡ଼ପିଠା ପ୍ରସ୍ତୁତ ହୁଏ । ପୋଡ଼ ପିଠା ସଂପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ଚୁଲୀରେ କରାଯାଇଥାଏ।

ଏଥିପାଇଁ ବିରି, ଚାଉଳ, ନଡ଼ିଆ ଓ ଅନ୍ୟ ସାମଗ୍ରୀକୁ ମିଶାଇ ତାକୁ କଦଳୀପତ୍ରରେ ଭଲ ଭାବେ ବାନ୍ଧି ଚୁଲି ଲିଭିଯିବା ପରେ ଅଳ୍ପ ନିଆଁରେ ପୋଡ଼ାଯାଇଥାଏ। ପରେ ଥଣ୍ଡା କରି ଖାଇବାକୁ ଦିଆଯାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More