Only for Entertainment

ରଜରେ ପ୍ରସ୍ତୁତ କରନ୍ତୁ ପୋଡ଼ ପିଠା

Wikimedia Commons
0 185

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ତେବେ ଏହି ରଜରେ ଆସନ୍ତୁ ଜାଣିବା ପୋଡ଼ ପିଠାର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ:

ଚାଉଳ ଚୂନା, ତେଜ ପତ୍ର, ଗୋଲମରିଚ, ଗୁଡ଼, ଅଦା ଛେଚା, କଟା ନଡ଼ିଆ, କୋରା ନଡ଼ିଆ, ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ଗୁଡ଼ ଦିଅନ୍ତୁ। ଗୁଡ଼ ଗରମ ହେବା ପରେ ସେଥିରେ ପାଣି ଦିଅନ୍ତୁ। ତା’ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ତେଜ ପତ୍ର, ଖଣ୍ଡ ନିଡ଼ିଆ ଓ ନଡ଼ିଆ କୋରା ପକାନ୍ତୁ। ପାଣି ଫୁଟିଗଲା ପରେ ସେଥିରେ ଗୁଜରାତି ଓ ଗୋଲ ମରିଚ ଗୁଣ୍ଡ ପକାନ୍ତୁ। ପାଣି ଫୁଟିଯିବା ପରେ ଚାଉଳ ଚୂନା ପକାନ୍ତୁ। ତାକୁ ଭଲ ଭାବେ ମିଶାଇ ଜନ୍ତନ୍ତୁ। ଜନ୍ତା ହୋଇଯିବା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏହାପରେ ଆଉ ଏକ କଡେଇରେ କଦଳୀ ପତ୍ର ରଖି ତା’ଉପରେ ଘିଅ ଲଗାନ୍ତୁ। ଘିଅ ଲଗାଇ କଦଳୀ ପତ୍ର ଉପରେ ପୂର୍ବରୁ ଜନ୍ତା ହୋଇଥିବା ଚୂନା ରଖନ୍ତୁ। ପାଣି ହାତରେ ତାକୁ ଭଲ ଭାବେ ସାଇଜ୍ କରି ତା’ଉପରେ ଆଉ ଏକ କଦଳି ପତ୍ର ରଖି ଚୁଲିରେ ବସାନ୍ତୁ। ମଝିରେ ମଝିରେ ଧ୍ୟାନ ଦେଉଥିବେ ପିଠା ସିଝିଲାଣି ନା ନାହିଁ। ପିଠା ସିଝି ଯିବା ପରେ ତାକୁ ଏକ ପାତ୍ରକୁ କାଢ଼ିଦିଅନ୍ତୁ। ତା’ପରେ ଚୁଲିରେ ଏକ ତାୱା ବସାଇ ସେଇ ପୋଡ଼ପିଠାର ଉପର ଭାଗ କିଛି ସମୟ ସେଥିରେ ରଖନ୍ତୁ। କିଛି ସମୟରେ ପରେ ଏହାକୁ ଚୁଲିରୁ ନେଇ ଆସନ୍ତୁ। ପ୍ରସ୍ତୁତ ହୋଇଗଲା ପୋଡ଼ ପିଠା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More