Only for Entertainment

ପୋଲାଣ୍ଡରୁ ବିଦେଶୀନି ପ୍ରେମିକା ଓଡିଆ କହି ପଠାଇଲେ ଭୂବନେଶ୍ୱରରେ ଥିବା ପ୍ରେମିକଙ୍କ ପାଇଁ ପ୍ରେମ ବାର୍ତ୍ତା , ଭିଡିଓ ଭାଇରାଲ !

24

ଜଣେ ବିଦେଶୀନିଙ୍କ ପ୍ରେମ ନିବେଦନ ଏବେ ଚର୍ଚ୍ଚାରେ ।  ଆଉ ଚର୍ଚ୍ଚାର କାରଣ ହେଲା ପ୍ରେମ ନିବେଦନ କରାଯାଇଛି ଓଡ଼ିଆ ଭାଷାରେ । ଜଣେ ଓଡ଼ିଆ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିଥିବା  ପୋଲାଣ୍ଡ ଯୁବତୀ ଏକ ଭିଡିଓ ସୁଟ୍ କରି ପ୍ରେମ ନିବେଦନ କରୁଛନ୍ତି । କହୁଛନ୍ତି- ‘ମୁଁ ତୁମକୁ ଭଲ ପାଏ । ମୁଁ ତୁମକୁ ଭେଟିବା ପାଇଁ ଆସୁଛି ଭୁବନେଶ୍ୱର ।’ ମାସେରୁ ଅଧିକ ସମୟ ଧରି ସୋସିଆଲ ମିଡ଼ିଆରେ ଯୋଗାଯୋଗରେ ରହିବା ପରେ ଓଡ଼ିଆ ବ୍ୟକ୍ତି ଜଣକ ତାଙ୍କୁ ପ୍ରପୋଜ୍ କରିଥିଲେ ବୋଲି ଏହି ଭିଡିଓରେ ଦାବି କରୁଛନ୍ତି ଏହି ପୋଲାଣ୍ଡ ପ୍ରେମିକା ।

ଫେସବୁକରେ ଫ୍ରେଣ୍ଡସିପ୍, ଚାଟିଙ୍ଗ ଆଉ ତା’ ପରେ ଧୀରେ ଧୀରେ ପ୍ରେମ । ଆଉ ଏବେ ଫେସବୁକରେ ପ୍ରେମିକକୁ ନ ପାଇ ବ୍ୟାକୁଳ ହେଉଛନ୍ତି ପ୍ରେମିକା । ଓଡିଆ ପୁଅର ପ୍ରେମ ପାଇଁ ଭୂବନେଶ୍ୱର ଆସୁଛନ୍ତି ଏବେ ପୋଲାଣ୍ଡ ପ୍ରେମିକା । ସୋସିଆଲ ମିଡିଆରେ ପୋଲାଣ୍ଡ ଯୁବତୀଙ୍କ ଭାଇରାଲ ଏକ ଭିଡିଓରୁ ଏହା ଜାଣିବାକୁ ମିଳିଛି । ଫେସବୁକରେ ପୋଲାଣ୍ଡ ଝିଅକୁ ଓଡିଆ ଯୁବକ ଜଣକ ପ୍ରେମ ନିବେଦନ କରିଥିଲେ । କିନ୍ତୁ ପ୍ରେମ ନିବେଦନର କୌଣସି ଉତ୍ତର  ନପାଇବାରୁ ଓଡିଆ ଯୁବକ ଜଣକ ନିଜ ଆକାଉଣ୍ଟକୁ  ଡିଲିଟ୍ କରିଦେଇଥିଲେ । ଆଉ ଏହା ପରେ ଯୁବତୀଙ୍କ ମନରେ ଆରମ୍ଭ ହୋଇଥିଲା ପ୍ରେମକୁ ପାଇବାର ଆଶା ।

ଏକ ଭିଡିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି ପୋଲାଣ୍ଡ ଯୁବତୀ । ଯେକୌଣସି ଉପାୟରେ ସେ ଓଡିଆ ପୁଅକୁ ପାଇବାକୁ ଚାହୁଁଥିବା କହିଛନ୍ତି ଭିଡିଓରେ । ଆଉ ବିଦେଶୀନି ଜଣକ ମଧ୍ୟ ଓଡିଆରେ ମୁଁ ତୁମକୁ ଭଲପାଏ କହିବା ସହିତ ଭୁବନେଶ୍ୱର ଆସୁଥିବା କହିଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More