Only for Entertainment

କମେଡିଆନ କିକୁ ଏବଂ ତାଙ୍କ ବାପାଙ୍କ ବିରୁଦ୍ଧରେ ମାମଲା ରୁଜୁ

hindirush
113

କମେଡିଆନ କିକୁ ଶାରଦା ପୁଣିଥରେ ସମସ୍ୟା ମଧ୍ୟରେ ଘେରି ହୋଇ ଯାଇଛନ୍ତି । କିକୁ ଏବଂ ତାଙ୍କ ବାପାଙ୍କ ବିରୁଦ୍ଧରେ ୫୦ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଏହା ବିରୁଦ୍ଧରେ ମୁମ୍ବାଇ ଥାନାରେ ଅଭିଯୋଗ ଦାଖଲ ହୋଇଛି । ଅବଶ୍ୟ କିକୁ ଶାରଦା ଏବଂ ତାଙ୍କ ବାପା ଏହି କଥାକୁ ସଂପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ ଏଭଳି କୌଣସି ଦେବନେବାରେ ସେ ସଂପୃକ୍ତ ନାହାଁନ୍ତି । ବିନା କାରଣରେ ତାଙ୍କୁ ଏଭଳି ସମସ୍ୟା ମଧ୍ୟକୁ ଟଣାଯାଉଛି ।

କହିରଖୁଛୁ ଆର୍ଟ ଡାଇରେକ୍ଟର ନିତିନ କୁଲକର୍ଣ୍ଣି କିକୁ ଏବଂ ତାଙ୍କ ବାପାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି, ଯିଏ ଏକା ସାଙ୍ଗରେ ମିଶି ଚାରିଟେବଲ ଟ୍ରଷ୍ଟ ଦ ମୁମ୍ବାଇ ଫେଷ୍ଟ ଚଳାଉଥିଲେ । ନିତିନ ମୁମ୍ବାଇର ଅମ୍ବୋଲି ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ଟାଇମ୍ସ ନାଓର ରିପୋର୍ଟ ଅନୁସାରେ ବିକେସିର ଏମଏମଆରଡିଏ ପଡ଼ିଆରେ ଗତ ବର୍ଷ ଅୟୋଜିତ ତିନି ଦିବସୀୟ ଫେଷ୍ଟ ପାଇଁ ଏକ ସେଟ୍ ଡିଜାଇନ କରିବା ପାଇଁ କାମ ଦିଆଯାଇଥିଲା । ନିତିନ ଏବେ ଦାବି କରୁଛନ୍ତିଯେ ଟ୍ରଷ୍ଟ ଏବଂ ତାଙ୍କ ମଧ୍ୟରେ ହୋଇଥିବା ଏଗ୍ରିମେଂଟ କପି ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ । ଏହା ମଧ୍ୟ କହିଛନ୍ତିଯେ ଆୟୋଜକଙ୍କ ଦ୍ୱାରା ଦିଆଯାଇଥିବା ଚେକ୍ ମଧ୍ୟ ବାଉନ୍ସ ହୋଇଯାଇଛି ଏବଂ ତାଙ୍କୁ ସେତିକି ଟଙ୍କା ଦିଆଯାଇନାହିଁ ଯେତିକି କୁହାଯାଇଥିଲା । ତେବେ ପୋଲିସ ଏହାକୁ ନେଇ ଯାଂଚ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More