Only for Entertainment

ଲିକ ହେଲା କପିଲଙ୍କ ପୋଲିସ କମ୍ପେ୍ଲଂଟ,ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଉପରେ ଦୋଷ ଲଗାଇଲେ ।

youtube
0 41

କପିଲ ଏବେ ଖୁବ ବିବାଦରେ ଥିବା ଦେଖିବାକୁ ମିଳିଛି । ଏକ ଖବର ମୁତାବକ କପିଲ ଏକ୍ସ ଗର୍ଲଫ୍ରେଣ୍ଡ ପ୍ରୀତିଙ୍କ ବିରୋଧରେ ପୋଲିସ ଥାନାରେ ଏତଲା ଦେଇଛନ୍ତି । ସେ ମରାଠୀ ଭାଷାରେ ଏତଲା ଦେଇଛନ୍ତି । କିନ୍ତୁ ଏକ ନ୍ୟୁଜ ଚ୍ୟାନେଲ ଏହାକୁ ହିନ୍ଦୀରେ ପରିବେଷଣ କରିଛନ୍ତି ।

ନିଜର ଖରାପ ଅବସ୍ଥା ପାଇଁ ସେ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ପ୍ରୀତି ସିମୋସଙ୍କୁ ଦୋଷୀ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ପ୍ରୀତିଙ୍କ ଉପରେ କମ୍ପାନୀରେ ହେରା ଫେରି କରିଥିବା ମଧ୍ୟ ଦୋଷ ଲଗାଇଛନ୍ତି । ପ୍ରୀତି ‘କମେଡି ନାଇଟସ ୱିଥ କପିଲ ଶର୍ମା’ ଶୋ’ର କ୍ରିଏଟିଭ ଡାଇରେକ୍ଟର ଥିଲେ । କପିଲଙ୍କ କହିବା ଅନୁସାରେ ପ୍ରୀତି ଶୋ’ର ସଂପୂର୍ଣ୍ଣ ପ୍ରସ୍ତୁତି କରୁଥିଲେ । ଶୋ’ର ପ୍ରତ୍ୟେକ ଦାୟୀତ୍ୱ ତାଙ୍କୁ ଦିଆ ଯାଇଥିଲା । ଶୋ’କୁ ଆସୁଥିବା ଷ୍ଟାର୍ସ ମାନଙ୍କ ଦାୟୀତ୍ୱ ମଧ୍ୟ ତାଙ୍କୁ ଦିଆଯାଇଥିଲା । ସେଥିପାଇଁ ପ୍ରୀତିଙ୍କୁ ସେ ୨ ଲକ୍ଷ ଦରମା ମଧ୍ୟ ଦେଉଥିଲେ । ଏହାପରେ ପ୍ରୀତିଙ୍କ ଭଉଣୀ ନୀତିଙ୍କୁ ମଧ୍ୟ ପ୍ରଡକ୍ସନ ହାଉସରେ କାମ ଦେଇଥିଲେ । କମ୍ପାନୀର ଲାଭ ବଢିବା ସହିତ ସେମାନଙ୍କ ଦରମା ମଧ୍ୟ ବଢା ଯାଇଥିଲା । କାମ କାରଣରୁ ଦୁଇଜଣ ସାଙ୍ଗରେ ରହୁଥିଲେ । ତେଣୁ ଦୁଇଜଣଙ୍କୁ ପ୍ରଫେସନାଲ କଥା ସହିତ ବ୍ୟକ୍ତିଗତ କଥା ମଧ୍ୟ ସେୟାର କରୁଥିଲେ ।

କପିଲ ଏହା ମଧ୍ୟ କହିଛନ୍ତିଯେ ଦୁଇ ଭଉଣୀ ତାଙ୍କ ଅନ୍ୟ କଳାକାରଙ୍କ ମଧ୍ୟରେ ଭୁଲ ବୁଝାମଣା ତିଆରି କରିଛନ୍ତି । ଏହା ସହିତ ଶୋ’କୁ ଆସୁଥିବା କଳାକାରଙ୍କର ଠିକ ଭାବରେ ଦାୟୀତ୍ୱ ମଧ୍ୟ ନେଉନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More