Only for Entertainment

ଆଲୋକନାଥଙ୍କ ମାମଲାରେ ୨୦ ବର୍ଷ ପରେ ଫିଜିକଲ ଟେଷ୍ଟ କରିବେ ବୀନତା ।

youtube
36

ମି ଟୁ ଆରୋପରେ ଫସିଥିବା ସଂସ୍କାରୀ ବାପୁଜୀ ଆଲୋକନାଥଙ୍କ ବିରୁଦ୍ଧରେ ନିକଟରେ ଏଫଆଇଆର ରୁଜୁ କରାଯାଇଛି ।ଯେଉଁଥିରେ ପ୍ରଯୋଜିକା ଏବଂ ନିର୍ଦ୍ଦେଶିକା ବୀନତା ନନ୍ଦା ଯୌନ ଉତ୍ପୀଡ଼ନ କେସ ଦେଇଛନ୍ତି ।ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦ ବର୍ଷ ପରେ ପୋଲିସ ବୀନତାଙ୍କୁ ମେଡିକଲ ଟେଷ୍ଟ ପାଇଁ ଡାକିଛନ୍ତି ।

ନିକଟରେ ସାମ୍ବାଦିକ ବରଖା ଦତ୍ତଙ୍କ ସହିତ କଥା ହେବା ସମୟରେ ବୀନତା କହିଛନ୍ତିଯେ କମ୍ପେ୍ଲଂଟ ଦେବାପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନାହିଁ ଏବଂ ୩ ସପ୍ତାହ ପରେ ଏଫଆଇଆର ରୁଜୁ କରିବା ପାଇଁ ଡାକିଛନ୍ତି । ଏହା ସହିତ ବୀନତା କହିଛନ୍ତି କି ମାମଲା ରୁଜୁ ପରେ ଆଲୋକନାଥଙ୍କୁ ଆରେଷ୍ଟ କରାଯାଇପାରିଥାନ୍ତା ବା ଘଟଣାକୁ ବାସ୍ତବିକତା ରୂପ ଦିଆଯାଇଥାନ୍ତା କିନ୍ତୁ ସମସ୍ତ ଘଟଣା ମୋ ଉପରକୁ ଆସିଯାଇଛି ।ଏବେ ୨୦ ବର୍ଷ ପରେ କୁହାଯାଉଛି ମେଡିକଲ ଚେକଅପ ପାଇଁ ।ତେବେ ମେଡିକଲ ଚେକ ଅପ କରେ କେସ ଆଗକୁ ବଢିବ ବୋଲି ପୋଲିସ ସୂଚନା ଦେଇଥିବା କହିଛନ୍ତି ବୀନତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More