Only for Entertainment

ରକ୍ତ ବୃଦ୍ଧି କରେ ଡାଳିମ୍ବ !

Healthline
0 49

ପ୍ରତିଦିନ ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଫଳ ଖାଇଥାଉ । ସେଥିମଧ୍ୟରୁ ଡାଳିମ୍ବ ଅନ୍ୟତମ । ପିଲାଠୁ ବୃଦ୍ଧା ସମସ୍ତଙ୍କ ପାଇଁ ଡାଳିମ୍ବ ଲାଭଦାୟକ । ଡାଳିମ୍ବରେ ତନ୍ତୁଜାତୀୟ, ଭିଟାମିନ ପ୍ରଚରୁ ମାତ୍ରାରେ ରହିଛି । ଏଥିରେ ଗଚ୍ଛିତ ଆଣ୍ଟି ଅକ୍ସିଡାଣ୍ଟସ ଶାରୀରିକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପକାରୀତା ବିଷୟରେ…

  • ଟାଣ ଖରାରୁ ରକ୍ଷା କରେ : ସୂର୍ଯ୍ୟର ପ୍ରଖର କିରଣରେ ତ୍ୱଚା ଫିକା ପଡିଯାଏ । ସେଥିପାଇଁ ଡାଳିମ୍ବ ଖାଇବା ଲାଭଦାୟକ ।
  • ବୟସ ଲୁଚାଏ : ଡାଳିମ୍ବରେ ପ୍ରଚୁର ପରିମାଣରେ ଭିଟାମିନ ଏ, ଇ ଓ ସି ରହିଛି । ଏହି ଭିଟାମିନ ବୟସ ବୃଦ୍ଧିର ଲକ୍ଷଣକୁ ଶୀଘ୍ର ଆସିବାକୁ ଦିଏ ନାହିଁ । ଏହା ତ୍ୱଚାରେ ପଡୁଥିବା ଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଡାଳିମ୍ବ ଖାଇବା ଉପଯୋଗୀ ।
    ନୂତନ କୋଷ ସୃଷ୍ଟି କରେ : ଡାଳିମ୍ବ ତ୍ୱଚାର ବାହ୍ୟସ୍ତରକୁ ସୁରକ୍ଷିତ ରଖିବା ସହ ନୂଆ କୋଷିକା ନିର୍ମାଣ କରିବାରେ ସହାଯ୍ୟ କରିଥାଏ । ଫଳରେ ତ୍ୱଚାକୁ ସୁରକ୍ଷା ଯୋଗାଏ ।
  • ତ୍ୱଚା ଉଜ୍ଜ୍ୱଳତା ବୃଦ୍ଧି : ଡାଳିମ୍ବ ଖାଇବା ଦ୍ୱାରା ତ୍ୱଚାର ଜଳୀୟଅଂଶ ବୃଦ୍ଧି କରେ । ଡାଳିମ୍ବ ରସ ଲଗାଇଲେ ତ୍ୱଚା କୋମଳ ଓ ସୁନ୍ଦର ଦେଖାଯାଏ ।
  • କ୍ୟାନସର ଓ ହୃଦ ରୋଗ ସମସ୍ୟା ଦୂର କରେ : ଡାଳିମ୍ବ ସହ ଡାଳିମ୍ବ ଚୋପା ମଧ୍ୟ ଖୁବ ଗୁଣକାରୀ । ଏହାକୁ ଖାଇବା ଦ୍ୱାରା ହୃଦରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ୟାନସର ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More