Only for Entertainment

‘କସୌଟି ଜିନ୍ଦେଗୀ କେ୨’ରେ ଭାଇ ଭଉଣୀଙ୍କ ଲିପଲକ ଭିଡିଓ ଭାଇରାଲ, ଲୋକମାନେ ଏଭଳି ଦେଲେ ପ୍ରତିକ୍ରିୟା !

44

ଟିଭି ଅଭିନେତ୍ରୀ ପାର୍ଥ ସମଥାନ ଏବଂ ପୂଜା ବାନାର୍ଜୀ କିଛି ଦିନ ହେବ ନିଜ ଲିପଲକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅସଲରେ ଦୁଇ କଳାକାର ଷ୍ଟାରପ୍ଲସ ସିରିଅଲ ‘କସୌଟି ଜିନ୍ଦେଗୀ କେ୨’ରେ ଭାଇ-ଭଉଣୀ ଭୁମିକା ତୁଲାଉଛନ୍ତି । ଦୁହେଁ ଏକତା କପୂରଙ୍କ ୱେବ ଶୋ’ ‘କହନେ କୋ ହମସଫର ହେ୨’ରେ ଲିପଲକ କରୁଥିବାର ନଜର ଆସିଛନ୍ତି । ଏହି କିସିଂ ସିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହା ଯୋଗୁଁ ଦୁହିଁଙ୍କୁ ଟ୍ରୋଲ ହେବାକୁ ପଡିଛି ।

ଏଠାରେ ଆମେ କହି ରଖୁଛୁ ଯେ, ଭିଡିଓକୁ ଦେଖି ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ସମସ୍ତେ କହୁଛନ୍ତି ଯେ ଏକତାଙ୍କ ସିରିଅଲରେ ଭାଇ-ଭଉଣୀ ହୋଇଥିବା ଯୋଡି ଅନ୍ୟ ଶୋ’ରେ କିସ କେମିତି କରି ପାରିବେ । ଏକ ଖବର ମୁତାବକ ଏବେ ଏହି ମାମଲା ଉପରେ ପୂଜା ବାନାର୍ଜୀ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ , ତାଙ୍କୁ ଜଣା ଥିଲା ଲୋକ ତାଙ୍କ ଲିପଲକ ସିନ ଦେଖି ଏଭଳି ଆଶ୍ଚର୍ଯ୍ୟ ହେବେ । ଏହା ସ୍କ୍ରିନରେ ତାଙ୍କର ପ୍ରଥମ କିସିଂ ସିନ ଅଟେ । ପାର୍ଥ ଏବଂ ସେ କସୌଟି ରେ ଭାଇ-ଭଉଣୀ ଅଟନ୍ତି ମାତ୍ର ରିଅଲ ଲାଇଫରେ ନୁହଁନ୍ତି । ଦୁହିଁଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତା ରହିଛି ।


ସେ ସମସ୍ତ ଅଭିନୟକୁ ସିରିଅସ ନିଅନ୍ତି ଏବଂ ସେ ଖୁସି କି ଲୋକମାନେ ତାଙ୍କୁ ଦେଖି ଏଭଳି ପ୍ରତିକ୍ରିୟା ରଖୁଛନ୍ତି ଏବଂ ଫ୍ୟାନ୍ସମାନେ ବୁଝିବା ଦରକାର ଯେ ଅସଲ ଜୀବନରେ ଦୁହେଁ ଭାଇ ଭଉଣୀ ନୁହଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More