Only for Entertainment

ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଜବାନୀ ଜାନେମନ’ରେ ଏହି ନବଗତା ଅଭିନେତ୍ରୀଙ୍କ ଏଣ୍ଟ୍ରି, ସାରାଙ୍କୁ କଲେ ରିପ୍ଲେସ ।

Telugu Film News
28

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଆଗାମୀ ଫିଲ୍ମ ‘ଜବାନୀ ଜାନେମନ’ରେ ଝିଅ ସାରା ଅଲ୍ଲୀ ଖାନ ଅଭନୟ କରିବେ ନାହିଁ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଛି । ଦୁହେଁ କୌଣସି କାରଣରୁ ଏହି ପ୍ରୋଜେକ୍ଟରେ ଏକାଠି କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ଖବର ଅନୁସାରେ ଏହି ପ୍ରୋଜେକ୍ଟରେ ଏବେ ପୂଜା ବେଦୀଙ୍କ ଝିଅ ଆଲିଆ ଫର୍ନିଚରୱାଲା ଏଣ୍ଟ୍ରି ନେଇଛନ୍ତି । ନିର୍ଦ୍ଦେଶକ ନିତିନ କକ୍କଡଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ବାପା-ଝିଅର କାହାଣୀ ଦେଖିବାକୁ ମିଳିବ । ବଡ ପରଦାରେ ସୈଫ ଏବଂ ଆଲିଆ ବାପା ଝିଅ ଭୂମିକାରେ ନଜର ଆସିବେ । ନିର୍ଦ୍ଦେଶକ ଏଥିପାଇଁ ଆଲିଆଙ୍କୁ ସାଇନ ମଧ୍ୟ କରି ସାରିଛନ୍ତି ।

 

ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଆଲିଆଙ୍କୁ କୁଆଡେ ଏହି ଫିଲ୍ମର କାହାଣୀ ଖୁବ ପସନ୍ଦ ଆସିଛି । ଏବଂ ଏହାକୁ ନେଇ ସେ ଖୁବ ଉତ୍ସାହିତ ମଧ୍ୟ ଅଛନ୍ତି । ଫିଲ୍ମର ସୁଟିଂ ଆଗାମୀ ବର୍ଷ ଲଣ୍ଡନରେ ଆରମ୍ଭ ହେବ । ଫିଲ୍ମକୁ ନେଇ ଖୁବ ଶୀଘ୍ର ଅଫିସିଆଲ ଭାବେ ଘୋଷଣା କରାଯିବ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More