Only for Entertainment

ସୁପରହିଟ ଗୀତ ‘ନିଲେ ନିଲେ ଅମ୍ବର ପର’ରୁ ନିଜର ପରିଚୟ ବନାଇଥିବା ସିଙ୍ଗର ନିତିନବାଲିଙ୍କା ସଡକ ଦୁର୍ଘଟଣାରେ ମୃତ୍ୟୁ !

Firstpost
79

ବିଟାଉନର ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୯୦ଦଶକ ସୁପରହିଟ ଗୀତ ‘ନୀଲେ ନୀଲେ ଅମ୍ବର ପର’ର ରିମିକ୍ସ ରୁ ନିଜର ପରିଚୟ ବନାଇଥିବ।। ସିଙ୍ଗର ନିତିନ ବାଲୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କ ପତ୍ନୀ ରୋମା ବାଲି ମଧ୍ୟ ଜଣେ ସୁପରିଚିତ ଅଭିନେତ୍ରୀ ଅଟନ୍ତି । ଖବର ମୁତାବକ ସଡକ ଦୁର୍ଘଟଣାରେ ଆଘାତ ହେଲା ପରେ ନିତିନ ହସ୍ପିଟାଲରୁ ଘରକୁ ପହଂଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଟିଭି ଅଭିନେତ୍ରୀ ରୋମା ବାଲି ତାଙ୍କର ଦ୍ୱିତୀୟ ପତ୍ନୀ ଅଟନ୍ତି । ରୋମା ଏବେ ସିରିୟଲ ‘ସିଲସିଲା ବଦଲତେ ରିସ୍ତେ କା’ରେ ମୌଲିର ମାଁ ଭୂମିକା ତୁଲାଉଛନ୍ତି ।

ରିପୋର୍ଟ ମୁତାବକ ନିତିନ ବାଲି ସୋମବାର ମଲାଡ ରୁ ବୋରିବଲି ଆଡକୁ ନିଜ ଘରକୁ ବାହାରିଥିଲେ । ଯିବା ବାଟରେ ତାଙ୍କ ଗାଡି ଡିଭାଇଡରରେ ଅତିକ୍ରମ କରି ପିଟି ହୋଇଥିଲା । ଘଟଣା ସ୍ଥଳରେ ଉପସସ୍ଥିତ ଥିବା ଲୋକେ ତାଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠି ତାଙ୍କ ଚେହେରାରେ ଥିବା ଆଘାତକୁ ଚିକିତ୍ସା କରାଯାଇଥିଲା । ଏହାପରେ ତାଙ୍କୁ ଘରକୁ ପଠା ଯାଇଥିଲା । ଘରେ ପହଂଚିବା ପରେ ତାଙ୍କର ରକ୍ତ ବାନ୍ତି ହୋଇଥିଲା । ଏହାପରେ ତାଙଙ୍କ ବିପି କମି ବାରେ ଲାଗିଥିଲା । ଏହାପରେ ତାଙ୍କର ପରିବାର ବର୍ଗ ତାଙ୍କୁ ହସ୍ପିଟାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ନିତିଦଙ୍କୁ ବୟସ ମାତ୍ର ୪୭ବର୍ଷ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More