Only for Entertainment

ଥରେ ନୁହେଁ ବରଂ ଏକାଧିକ ବିବାହ କରିଛନ୍ତି ବଲିଉଡର ଏହି ସମସ୍ତ କଳାକାର, ୫ମ ଅଭିନେତାଙ୍କ ପତ୍ନୀ ଏବେ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି

49

ବଲିଉଡ ହେଉ ବା ଓଲିଉଡ ସିନେମାର ରଙ୍ଗୀନ ଦୁନିଆର ଅଧିକାଂଶ କଳାକାରଙ୍କୁ ଏକାଧିକ ଥର ବିବାହ କରି ଥିବାର ଦେଖିବାକୁ ମିଳେ । ହୁଏତ ଆପଣ ସମସ୍ତ କଳାକାରଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ମନେ ପକାଇ ଦେବୁ ସେହି କଳାକାରଙ୍କ ବିଷୟରେ ଯେଉଁମାନେ ଏକ ରୁ ଅଧିକ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆସନ୍ତୁ ଆଲୋଚନା କରିବା ।

୧. ଫିଲ୍ମ ଇଣ୍ଡଷ୍ଟ୍ରିର ଅତି ଜଣାଶୁଣା ଗାୟକ କିଶୋର କୁମାର ବା କିଶୋର ଦା ୪ ଥର ବିବାହ କରିଛନ୍ତି । ପ୍ରଥମେ ଗାୟିକା ରୁମାଙ୍କୁ ବିବାହ କରିଥିଲେ କିଶୋର, କିନ୍ତୁ ୮ ବର୍ଷ ପରେ କିଶୋର ମଧୁବାଲାଙ୍କୁ ବିବାହ କରିଥିଲେ । ସେତିକିରେ ଶେଷ ହୋଇ ନଥିଲା ପ୍ରେମ, ଏହାପରେ ସେ ବଲିଉଡ ବିୟୁଟି ୟୋଗିତା ବଲିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଖୁବ କମ ସମୟ ବ୍ୟବଧାନରେ ପୁଣି ପ୍ରେମରେ ପଡ଼ିଲେ କିଶୋର । ଯାହାପରେ ସେ ଲୀନା ଚଣ୍ଡଭରକରଙ୍କୁ ବିବାହ କରିଥିଲେ ।

୨. ଫିଲ୍ମ ପ୍ରଯୋଜକ ସିଦ୍ଧାର୍ଥ ରୟ କପୂର ପ୍ରଥମେ ତାଙ୍କର ଜଣେ ପିଲା ଦିନର ସାଙ୍ଗକୁ ବିବାହ କରିଥିଲେ । ଦ୍ୱିତୀୟରେ ସେ ଜଣେ ଟିଭି ପ୍ରଯୋଜିକାଙ୍କୁ ବିବାହ କରିଥିଲେ । ତୃତୀୟ ଥର ସିଦ୍ଧାର୍ଥ ୨୦୧୨ରେ ବଲିଉଡ ବିୟୁଟି ବା ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ ।

୩. ସଂଜୟ ଦତ୍ତ ମଧ୍ୟ ପ୍ରଥମେ ରିଚା ଶର୍ମାଙ୍କୁ ବିବାହ କରିଥିଲେ । ୧୯୯୮ରେ ସେ ରିଆ ପିଲାଇଙ୍କୁ ବିବାହ କଲେ । ୨୦୦୫ରେ ଛାଡ଼ପତ୍ର ପରେ ସେ ମାନ୍ୟତାଙ୍କୁ ବିବାହ କଲେ ।

୪. ଥ୍ରି ଇଡିଅଟ୍ସର ପ୍ରଯୋଜକ ବିଧୂ ବିନୋଦ ଚୋପ୍ରା ମଧ୍ୟ ତିନି ଥର ବିବାହ କରିଛନ୍ତି । ପ୍ରଥମେ ସେ ଫିଲ୍ମ ଫିଲ୍ମ ଏଡିଟର ରେଣୁ ସଲୁଜାଙ୍କୁ ବିବାହ କରିଥିଲେ । ଦ୍ୱିତୀୟରେ ସେ ଜଣେ ସର୍ଟ ଫିଲ୍ମ ନିର୍ମାତାଙ୍କ ଝିଅଙ୍କୁ ବିବାହ କଲେ । ତାଙ୍କ ସହିତ ଛାଡ଼ପତ୍ର ପରେ ସେ ଲେଖିକା ଏବଂ ଫିଲ୍ମ କ୍ରିଟିକ ଅନୁପମା ଚୋପ୍ରାଙ୍କୁ ବିବାହ କଲେ ।

୫. କରଣ ସିଂ ଗ୍ରୋଭରଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ଶ୍ରଦ୍ଧା ନିଗମ । ଯାହାଙ୍କୁ ସେ ବିବାହରେ ୧୦ ମାସ ମଧ୍ୟରେ ଛାଡ଼ପତ୍ର ଦେଇଥିଲେ । ଏହାପରେ ବିବାହ କରିଥିଲେ ସୁନ୍ଦରୀ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ । ଯିଏ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଦୁଇଜଣଙ୍କର ୨ ବର୍ଷ ପରେ ଛାଡ଼ପତ୍ର ହୋଇଥିଲା । ଯାହାପରେ କରଣ ବଙ୍ଗ୍ ବେବ୍ ବଲିଉଡ ବ୍ଲାକ ବିୟୁଟି ବିପାଶା ବସୁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ । ସବୁଠାରୁ ଖାସ କଥା ହେଉଛି ବିପାଶଙ୍କୁ ବିବାହ କରିବା ପରେ ମଧ୍ୟ ଏକ ଇଂଟରଭ୍ୟୁରେ କରଣ ଜେନିଫରଙ୍କ ଏକ ଫଟୋ ଦେଖି ହଠାତ କହିଲେ’ ସି ଇଜ୍ ମୋଷ୍ଟ ବିୟୁଟିଫୁଲ’ ।

୬. କମଲ ହାସନ ପ୍ରଥମେ କ୍ଲାସିକାଲ ସିଙ୍ଗର ବାଣୀ ଗଣପତିଙ୍କୁ ବିବାହ କରିଥିଲେ । ଏହାପରେ ସେ ଅଭିନେତ୍ରୀ ସରିକାଙ୍କୁ ବିବାହ କଲେ । ତାଙ୍କର ଦୁଇ ଝିଅ ହେଉଛନ୍ତି ଶୃତି ହାସନ ଏବଂ ଅକ୍ଷରା ହାସନ । ସରିକାଙ୍କ ସହିତ ଛାଡ଼ପତ୍ର ପରେ ସେ ଅଭିନେତ୍ରୀ ଗୌତମୀଙ୍କ ସହିତ ଲିଭଇନରେ ରହିଲେ । ଏହା ମଧ୍ୟ କୁହାଯାଉଛି ଦୁଇଜଣ ଲୁଚି ଲୁଚି ବିବାହ କରି ନେଇଛନ୍ତି ।

୭. କବୀର ବେଦୀ ଦୁଇ ଥର କିମ୍ବା ତିନି ଥର ନୁହେଁ ବରଂ ଚାରି ଥର ବିବାହ କରିଛନ୍ତି ।

୮. ଅଧିକାଂଶଙ୍କ ପ୍ରେରଣାଦାୟୀ ଅଦନାନ ସ୍ୱାମୀ ମଧ୍ୟ ଏଥିରୁ ବାଦ ପଡ଼ି ନାହାଁନ୍ତି । ସେ ତିନି ଥର ବିବାହ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More