Only for Entertainment

୫୦୦ କୋଟି ବଜେଟରେ ତିଆରି ହୋଇଥିବା ଏହି ଟିଭି ଶୋ,ପୂରା କଲା ୧୦୦ଟି ଏପିସୋଡ ।

YouTube
0 64

ସୋନି ଏଂଟରଟେନମେଂଟ ଟେଲିଭିଜନରେ ପ୍ରସାରିତ ହେଉଥିବା ପ୍ରସିଦ୍ଧ ଟିଭି ଶୋ ‘ପୋରସ’ ଦର୍ଶକଙ୍କ ମଧ୍ୟରେ ଖୁବ ଜନପ୍ରିୟ । ଏହି ଶୋ ୧୦୦ଟି ଏପିସୋଡ ପୂରା କରିସାରିଛି । ଟିଭି ଜଗତରେ ଯଡ଼ିତ କେତେକ ଷ୍ଟାର ଲାଲବାନି, ରୋହିତ ପୁରୋହିତ, ଆଦିତ୍ୟ ରେଡିଜ, ରିତି ପାଣ୍ଡେୟ, ସମୀକ୍ଷା, ସୁହାନୀ ଓ ପ୍ରତିକ ଭଟ୍ଟ ପ୍ରମୁଖ ନଜର ଆସିଛନ୍ତି ।

1

ନଭେମ୍ବର ୨୦୧୭ରେ ଆରମ୍ଭ ହୋଇଥିବା ଏହି ଟିଭି ଶୋ’ ଆରମ୍ଭରୁ ହିଁ ନିଜ ବଜେଟ ଏବଂ ଭବ୍ୟ ସେଟକୁ ନେଇ ଚର୍ଚ୍ଚାରେ ରହିଥିଲା । ଶୋ’ ‘ପୋରସ’ର ସେଟ ଟେଲିଭିଜନରେ ପ୍ରସାରିତ ହେଉଥିବା ସବୁ ଶୋ’ ଗୁଡିକଠାରୁ ଖୁବ ଅଧିକ । ଏହାର ସେଟ ୯ ଏକର ବିଶିଷ୍ଟ । ଯାହାକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ଏକ ବର୍ଷ ସମୟ ଲାଗିଥିଲା । ଶୋ’ ହିସାବରେ ଏଠାରେ ୧୧ ପ୍ରକାରର ଭିନ୍ନ ଭନ୍ନ୍ ସେଟ ପ୍ରସ୍ତୁତ କରାଯାଇଛି ।

2

ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ ତିୱାରୀ ହୋଇଥିବା ବେଳେ ଏହା ମହାନ ଯୋଦ୍ଧା ‘ପୋରସ’ଙ୍କ ଜୀବନ ଉପରେ ଆଧାରିତ । ଯେ ନିଜ ସାହାସ ବଳରେ ସିକନ୍ଧରଙ୍କ ଆକ୍ରମଣରୁ ଭାରତକୁ ରକ୍ଷା କରିଥିଲେ ।

3

ଏହା ସିଦ୍ଧାର୍ଥଙ୍କର ଡ୍ରିମ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାର ପ୍ରତ୍ୟେକ ଏପିସୋଡକୁ ସୁଟ କରିବା ପାଇଁ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସିଦ୍ଧାର୍ଥ ଏହା ପୂର୍ବରୁ ‘ମହାଭାରତ’, ‘ମହାକାଳୀ-ଅନ୍ତ ହି ଆରମ୍ଭ’ ପରି ଟିଭି ଶୋ’ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More