Only for Entertainment

ପୁଣି ଏକାଠି ହେବେ ‘ଚକଲେଟ୍’ ଯୋଡି, ‘ଅଜବ ସଂଜୁର ଗଜବ ଲଭ୍’ରେ କରିବେ ରୋମାନ୍ସ

insta pic of archita
40

ପରଦାରେ ପୁଣିଥରେ ଲଭ୍, ରୋମାନନ୍ସର ବର୍ଷା କରିବା ପାଇଁ ଏକାଠି ହେବାକୁ ଯାଉଛନ୍ତି ଓଲିଉଡର ଚକଲେଟି ଯୋଡି ଅର୍ଚ୍ଚିତା ଓ ବାବୁଶାନ୍ । ଦୁହିଁଙ୍କୁ ଖୁବଶୀଘ୍ର ଓଡିଆ ରୋମାଂଟିକ୍ ଚଳଚ୍ଚିତ୍ର ‘ଅଜବ ସଂଜୁର ଗଜବ ଲଭ୍’ରେ ଏକାଠି ଦେଖିବାକୁ ମିଳିବ । ସାଇଶ୍ରଦ୍ଧା ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଏହି ରୋମାଂଟିକ୍ କମେଡି ଫିଲ୍ମ । ଯାହାର ଘୋଷଣା କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । ନିଜର ଏହି ଅପକମିଂ ସିନେମାର ପୋଷ୍ଟର୍ ସେୟାର କରି ତାଙ୍କର ଏହି ସିନେମା ବିଷୟରେ କହିଛନ୍ତି ।

 

 

View this post on Instagram

 

Here is the first look of ‘Ajab Sanju ra Gazab love “ ?

A post shared by Archita Sahu (@architaworld) on

ଫିଲ୍ମର ଏହି ପୋଷ୍ଟରରେ ବାବୁଶାନ୍ଙ୍କୁ ନିଜ ପିଠିରେ ଉଠାଇବାରେ ନଜର ଆସିଛନ୍ତି ଅର୍ଚ୍ଚିତା । ତେବେ ଅନେକ ଦିନ ପରେ ଏହି ଯୋଡିକୁ ଏକାଠି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଶେଷଥର ପାଇଁ ଏହି ଯୋଡି ୨୦୧୨ ମସିହାର ଫିଲ୍ମ ଥୁକୁଲରେ ଏକାଠି ଆସିଥିଲେ ନଜର । ମେଗା ଷ୍ଟାର୍ ପ୍ରଶାନ୍ଦ ନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମାଟି ବକ୍ସ ଅଫିସରେ କିଛି ଖାସ୍ ସଫଳତା ହାସଲ୍ କରି ପାରି ନଥିଲା । ଏହା ପୂର୍ବରୁ ୨୦୧୧ ମସିହାରେ ଦୁହିଁଙ୍କୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚକଲେଟ’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଅର୍ଚ୍ଚିତା ଓ ବାବୁଶାନଙ୍କ ଯୋଡିକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଯାହା ପରଠାରୁ ଏମାନେ ଓଲିଉଡ୍ ଇଣ୍ଡଷ୍ଟ୍ରୀରେ ଚକଲେଟ ଯୋଡି ଭାବେ ହୋଇଗଲେ ପପୁଲାର୍ ।

ସେହିପରି ୨୦୧୧ ମସିହାର ରୋମାଂଟିକ୍ – କମେଡି ଫିଲ୍ମ ଲୋଫରରେ ବି ବେଶ୍ କମାଲ୍ ଦେଖିଇଥାଲି ବାବୁଶାନ୍ ଓ ଅର୍ଚ୍ଚିତାଙ୍କ ଯୋଡି । ସିନେମାଟି ବକ୍ସଅଫିସରେ ହୋଇଥିଲା ସୁପରହିଟ୍ । ଆଉ ଏବେ ୬ ବର୍ଷ ପରେ ଦର୍ଶକ ଏମାନଙ୍କ ଯୋଡି ପୁଣିଥରେ ଚଳଚ୍ଚିତ୍ର ‘ଅଜବ ସଂଜୁର ଗଜବ ଲଭ୍’ ଜରିଆରେ ଦେଖି ପାରିବେ । ବିନି ସାମଲ୍ ଓ ନିହାର୍ ସାମଲଙ୍କ ପ୍ରଯୋଜନାରେ ଏହି ଅପକମିଂ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More