Only for Entertainment

‘ସାହୋ’ର ସୁଟିଂ ସେଟରୁ ସାମ୍ନାକୁ ଆସିଲା ଆଉ ଏକ ନୂଆ ଫଟୋ, ପରସ୍ପରର ଆଖିରେ ବୁଡି ରହିଥିବାର ନଜର ଆସିଲେ ପ୍ରଭାସ-ଶ୍ରଦ୍ଧା

instagram pic
21

ଫିଲ୍ମ ‘ସାହୋ’ରେ ଖୁବ ଶୀଘ୍ର ‘ବାହୁବଳୀ’ ଫେମ ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯୋଡି ଦେଖିବାକୁ ମିଳିବ । ଗତ କିଛି ଦିନରୁ ଦୁହେଁ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫିଲ୍ମର ସୁଟିଂ ସେଟରୁ ଲିକ ହୋଇଥିବା ଏହି ଫଟୋରେ ପ୍ରଭାସ-ଶ୍ରଦ୍ଧା ପରସ୍ପରର ଆଖିରେ ବୁଡି ରହିଥିବାର ନଜର ଆସିଛନ୍ତି ।

 

 

View this post on Instagram

 

LOVELY ?? #saaho #saahoprabhas #shraddhakapoor #prabhas #prabhasfans #instaprabhasraju #prabhasraju #prabhasdarling

A post shared by Prabhas (@prabhasrajuuv) on

ସୋସିଆଲ ମିଡିଆରେ ଏହି ଫଟୋକୁ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଫିଲ୍ମର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା ଯେଉଥିରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାସ ଏବଂ ଶ୍ରଦ୍ଧା ଏକା ସହ ସ୍କ୍ରିନ ସେୟାର କରିବେ । ଫିଲ୍ମକୁ ବିଗ ବଜେଟର ସହିତ ମେକର୍ସ ନିର୍ମାଣ କରୁଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମରେ ପାଖାପାଖି ୩୦୦ କୋଟି ଖର୍ଚ୍ଚ ହେବ ।

ଏହି ବିଗ ବଜେଟ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସୁଜିତ ସରକାର । ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଏହି ଫିଲ୍ମକୁ ହିନ୍ଦୀ, ତାମିଲ ଏବଂ ତେଲଗୁ ତିନୋଟି ଭାଷାରେ ରିଲିଜ କରାଯିବ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମକୁ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More