Only for Entertainment

ସାହୋ’ର ନୂଆ ଗୀତ ‘ବେବି ୱଂଟ ୟୁ ଟେଲ ମି’ରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଜବରଦସ୍ତ ରୋମାନ୍ସ !

67

ସାହୋ ଷ୍ଟାର ପ୍ରଭାସ ଇନଷ୍ଟାଗ୍ରାମରେ ଆଜି ସକାଳେ ନିଜ ଫିଲ୍ମର ଏକ ନୂଆ ଟ୍ରାକ ରିଲିଜର ଘୋଷଣା କରିଥିଲେ ଏବଂ ଏହାର କିଛି ସମୟ ପରେ ଫିଲ୍ମର ଚତୁର୍ଥ ଗୀତ ଜାରି ହୋଇଛି । ଏହି ଗୀତର ଟାଇଟଲ ରହିଛି, ବେବି ୱଂଟ ୟୁ ଟେଲ ମି’।

ଏହି ଶାନଦାର ଲଭ ଟ୍ରାକରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଖୁବ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହାସହ ଗୀତରେ ଜବରଦସ୍ତ ବିଏଫଏକ୍ସ ଦିଆଯାଇଛି ଯାହା ଆଖିକୁ ଭଲ ଦିଶୁଛି । ଏହି ଗୀତକୁ ଗାଇଛନ୍ତି ଅଲୀସା ମେଣ୍ଡୋସା, ରବି ମିଶ୍ର ଏବଂ ଶଙ୍କର ମହାଦେବନ । ମ୍ୟୁଜିକ ଶଙ୍କର ଏହସାନ ଲୟ ଏବଂ ଲିରିକ୍ସ ମନୋଜ ଯାଦବ ଦେଇଛନ୍ତି ।

ଏହାପୂର୍ବରୁ ଫିଲ୍ମର ୩ଟି ଗୀତ ରିଲିଜ ହୋଇଥିଲା । ସୁଜିତଙ୍କ ଏହି ଫିଲ୍ମରେ ଜ୍ୟାକି ଶ୍ରଫ, ଚଙ୍କି ପାଣ୍ଡେ, ମହେଶ ମାଂଜରେକର, ମନ୍ଦିରା ବେଦୀ ଏବଂ ନିଲ ନୀତିନ ମୁକେଶ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ଏହି ଫିଲ୍ମ ଚଳିତ ମାସ ଶେଷ ଅର୍ଥାତ ୩୦ତାରିଖରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More