Only for Entertainment

ଫିଲ୍ମ ସାହୋର ପ୍ରଥମ ଗୀତ ସାଇକୋ ସୈୟାଁ ରିଲିଜ, ପ୍ରଭାସଙ୍କ ସହ ଦେଖିବାକୁ ମିଳିଲା ଶ୍ରଦ୍ଧାଙ୍କ କାତିଲାନା ଅନ୍ଦାଜ !

44

ସାଉଥ ବଡ ଷ୍ଟାର ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ଆଗାମୀ ଫିଲ୍ମ ‘ସାହୋ’କୁ ଉତ୍ସାହର ସହ ଫ୍ୟାନ୍ସ ଚାହିଁ ବସିଛନ୍ତି । ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ । କିନ୍ତୁ ଫିଲ୍ମ ଏବେଠାରୁ ବଜ୍ ରେ ରହିବା ଆରମ୍ଭ କରିଦେଲାଣି । ଏହାମଧ୍ୟରେ ଫିଲ୍ମ ସାହୋ’ର ଗୀତ ସାଇକୋ ସୈୟାଁ ରିଲିଜ ହୋଇଛି । ଯେଉଁଥିରେ ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହାପୂର୍ବରୁ ଏହି ଗୀତର ଟିଜର ରିଲିଜ ହୋଇଥିଲା । ଯାହାପରେ ସମସ୍ତେ ଏହି ଫିଲ୍ମର ଗୀତକୁ ଅପେକ୍ଷା କରିଥିଲେ । ଏବେ ମେକର୍ସ ଫିଲ୍ମର ପୂରା ଗୀତକୁ ରିଲିଜ କରିଛନ୍ତି ।

ଏହି ଗୀତ ବିଷୟରେ କହିବାକୁ ଗଲେ ଶ୍ରଦ୍ଧା କପୂର ଗ୍ରୀନ କଲରର ଶିମର ଡ୍ରେସରେ ନଜର ଆସିଛନ୍ତି । ଏଥିରେ ଶ୍ରଦ୍ଧା ଖୁବ ହଟ ଲାଗୁଛନ୍ତି । ସେହିଭଳି ପ୍ରଭାସ ବ୍ଲାକ କଲର ଆଉଟଫିଟରେ ନଜର ଆସିଛନ୍ତି । ଗୀତରେ ଦୁହିଁଙ୍କ ମଧ୍ୟରେ ବଣ୍ଡିଂ ଦେଖିବାକୁ ମିଳିଛି । ଏହି ଗୀତରେ ଧ୍ୱନୀ ଭାନୁସାଲୀ ସ୍ୱର ଦେଇଛନ୍ତି । ଏହାକୁ କମ୍ପୋଜ କରିଛନ୍ତି ତନିଷ୍କ ବାଗ୍ଚୀ । ଦେଖନ୍ତୁ ଗୀତ –

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଶ୍ରଦ୍ଧା କପୂର ଏବଂ ପ୍ରଭାସ ଏହି ଫିଲ୍ମ ବଜେଟରେ ଖୁବ ଟଙ୍କା ଖର୍ଚ୍ଚ କରିଛନ୍ତି । ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ୩୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଫିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ ବ୍ୟତୀତ ନିଲ ନିତିନ ମୁକେଶ, ଜାକି ଶ୍ରଫ ଏବଂ ଚଙ୍କି ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More