Only for Entertainment

ନୀତେଶଙ୍କ ରାମାୟଣରେ ରାମ ନୁହେଁ ରାବଣ ଚରିତ୍ରରେ ନଜର ଆସିବେ ବାହୁବଳୀ ପ୍ରଭାସ

aajtak
129

ଦଙ୍ଗଲ ଫେମ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବିଶିଷ୍ଟ ପ୍ରକଳ୍ପ ରାମାୟଣ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି । ଫିଲ୍ମର କାଷ୍ଟିଙ୍ଗକୁ ନେଇ ଜବରଦସ୍ତ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ରିପୋର୍ଟ ଅନୁସାରେ ରାମାୟଣରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କୁ ରାମ ଓ ସୀତା ଚରିତ୍ରରେ ଦେଖିବାକୁ ମିଳିପାରେ । ଏହି ମଧ୍ୟରେ ଖବର ରହିଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ରାବଣ ଚରିତ୍ର ପାଇଁ ଆପ୍ରୋଚ କରାଯାଇଛି ।

ନିକଟରେ ହୋଇଥିବା ଏକ ଇଂଟରଭ୍ୟୁରେ ନୀତେଶ କହିଛନ୍ତିଯେ ଫିଲ୍ମ ଛିଛୋରେ’ ପରେ ସେ ରାମାୟଣ କାମ ଆରମ୍ଭ କରିବେ । ଏହା ଏକ ଟ୍ରାଇଲୋଜି ହେବ । ତେବେ ଏହାକୁ ସଫଳ କରିବା ପାଇଁ ଶତ ପ୍ରଚେଷ୍ଟା କରିବାର ପ୍ଲାନିଙ୍ଗ ରଖିଛନ୍ତି ନିର୍ଦ୍ଦେଶକ ।

ଯଦି କଥାଟି ସତ ହୁଏ ତେବେ ଏହା ପ୍ରଥମ ଥର ହେବ ଯେତେବେଳେ ହ୍ରିତିକ ଏବଂ ଦୀପିକାଙ୍କୁ ଏକା ସାଙ୍ଗରେ ସ୍କ୍ରିନ ଶେୟାର କରିବାର ଦେଖିବାକୁ ମିଳିବ । ଖବର ଅନୁସାରେ ନିର୍ମାତା ଏହି ଫିଲ୍ମ ପାଇଁ ୬୦୦ କୋଟି ବଜେଟ ରଖିଛନ୍ତି । ଏହା କୌଣସି ଭାରତୀୟ ଫିଲ୍ମ ପାଇଁ ସାଇନ କରିବାକୁ ଥିବା ସବୁଠାରୁ ବଡ଼ ବଜେଟର ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More