Only for Entertainment

ଏହି ଦିନ ରିଲିଜ ହେବ ଫିଲ୍ମ ‘ସାହୋ’ର ଟ୍ରେଲର, ଦମଦାର ପୋଷ୍ଟର ସହିତ ହେଲା ଘୋଷଣା

TeluguCinema
557

ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ ସାହୋ’କୁ ନେଇ ଲଗାତାର ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ୩୦ ଅଗଷ୍ଟରେ ରିଜିଲ ହେବାକୁ ଥବା ବେଳେ ଫ୍ୟାନ୍ସ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏବେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଫିଲ୍ମ ‘ସାହୋ’ର ଟିଜର ଏବଂ ଦୁଇଟି ଗୀତ ପରେ ମେକର୍ସ ଫିଲ୍ମର ଟ୍ରେଲର ରିଲିଜ କରିବାକୁ ଯାଉଛନ୍ତି । ଅଭିନେତା ପ୍ରଭାସ ଫିଲ୍ମର ନୂଆ ପୋଷ୍ଟର ସହିତ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ ଘୋଷଣା କରିଛନ୍ତି । ଏବେ ଫିଲ୍ମର ଟ୍ରେଲର ୧୦ ଅଗଷ୍ଟରେ ରିଲିଜ ହେବ । ଫିଲ୍ମର ଏହି ପୋଷ୍ଟରରେ ପ୍ରଭାସ ଏକଦମ ଦମଦାର ଲୁକରେ ନଜର ଆସିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମ ସାହୋରେ ପ୍ରଭାସଙ୍କ ସହିତ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ । ଫିଲ୍ମରେ ଶ୍ରଦ୍ଧା କପୁର ଏବଂ ପ୍ରଭାସଙ୍କ ବ୍ୟତିତ ନୀଲ ନିତିନ ମୁକେଶ, ଚଙ୍କି ପାଣ୍ଡେ, ଅରୁଣ ବିଜୟ ଏବଂ ଜ୍ୟାକି ଶ୍ରଫଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ତେଲଗୁ, ତାମିଲ, ମଲାୟଲମ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More