Only for Entertainment

ପ୍ରଭାସ ଶେୟାର କଲେ ‘ସାହୋ’ର ନୂଆ ପୋଷ୍ଟର, ହୃଦୟ ଜିତିଲେ ଶକ୍ତି କପୂରଙ୍କ ଝିଅ

bollywood tadka
109

ସୁପରଷ୍ଟାର ପ୍ରଭାସ ଶ୍ରଦ୍ଧା କପୂରଙ୍କ ସହିତ ତାଙ୍କର ଆଗାମୀ ଫିଲ୍ମ ‘ସାହୋ’ର ଏକ ଆକ୍ସନ ପ୍ୟାକ ପୋଷ୍ଟର ଶେୟାର କରିଛନ୍ତି ଯେଉଁଥିରେ ଶ୍ରଦ୍ଧା ତାଙ୍କ ହାତରେ ବନ୍ଧୁକ ଧରିଥିବା ସହିତ ସାହସ ଦେଖାଉ ଥିବାର ନଜର ଆସିଛନ୍ତି । ଫିଲ୍ମର ଛୋଟ ଛୋଟ ଝଲକ ଦେଖିବା ପରେ ଜଣାପଡ଼ୁଛି ଫିଲ୍ମ ବର୍ଷର ସବୁଠାରୁ ବଡ଼ ଆକ୍ସନ ଫିଲ୍ମ ହୋଇପାରେ ।

ଫଟୋରେ ଗୁଳି ବର୍ଷା ହେଉଥିବାର ନଜର ଆସିଛି । ମନେ ହେଉଛି ଦୁଇଜଣ ଏକ ଫାଇଟିଂରେ ବ୍ୟସ୍ତ ଅଛନ୍ତି । ସାମ୍ନାରେ ତାଙ୍କର ଦର୍ପଣ ନଜର ଆସିଛି, ଯାହ ଭାଙ୍ଗୁଛି । ଫିଲ୍ମର ଏହି ନୂଆ ପୋଷ୍ଟର ଦର୍ଣକଙ୍କୁ ଖୁବ ପସନ୍ଦ ଆସୁଛି ।

ଗୋଟିଏ ପାଶ୍ୱର୍ରେ ପ୍ରଭାସ ଭୟାନକ ଯୋଦ୍ଧା ଭାବରେ ନଜର ଆସିଥିବା ବେଳେ ଶ୍ରଦ୍ଧା ଆକ୍ସନ ଅବତାରରେ ଦର୍ଶକଙ୍କ ହୃଦୟ ଜିତୁଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହେବ । ଯଦିଓ ଫିଲ୍ମ ୧୫ ଅଗଷ୍ଟକୁ ସିନେମା ଘରେ ରିଲିଜ ହେବାର ଥିଲା ତଥାପି ପରେ ଏହାର ତାରିଖକୁ ବଦଳାଇ ଦିଆଯାଇଛି । ଫିଲ୍ମ ୩୦ ଅଗଷ୍ଟ ୨୦୧୯କୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More