Only for Entertainment

ବାହୁବଳିଙ୍କ ସ୍ୱପ୍ନ ହେବାକୁ ଯାଉଛି ପୂରଣ ! ନିଜ ଡ୍ରିମଗାର୍ଲଙ୍କ ସହ କରିବାକୁ ଯାଉଛନ୍ତି ରୋମାନ୍ସ

365cinekhajana.com
0 48

ପ୍ରଭାସ ବାହୁବଳୀ ହୋଇ ଭାରତବାସୀଙ୍କ ହୃଦୟ ଜିତିଥିବା ବେଳେ ଏବେ ତାଙ୍କ ସମ୍ପର୍କରେ ଏକ ନୂଆ ତଥ୍ୟ ଶୁଣିବାକୁ ମିଳିଛି । ଶୁଣିବାକୁ ମିଳିଛି ପ୍ରଭାସ ଦିପିକାଙ୍କର ଜଣେ ବଡ ପ୍ରଂଶସକ ଅଟନ୍ତି । ବାହୁବଳୀ ପ୍ରଭାସଙ୍କୁ ସିନା ୬୦୦୦ଝିଅଙ୍କର ବିବାହ ପ୍ରସ୍ତାବ ଆସିଥିଲା । ମାତ୍ର ପ୍ରଭାସଙ୍କ ହୃଦୟ ଦିପିକାଙ୍କ ପାଇଁ ଧଡକୁଛି । ଏହି ତଥ୍ୟର ଖୁଲାସା ନିଜେ ପ୍ରଭାସ କରିଛନ୍ତି । ଦିପିକା ପାଦୁକୋଣ ହେଉଛନ୍ତି ତାଙ୍କ ସିକ୍ରେଟ କ୍ରଶ ସେ କହିଛନ୍ତି । ପ୍ରଭାସ କହିଥିଲେ ଯେ ତାଙ୍କୁ ଦିପିକାଙ୍କୁ ସେ ଖୁବ ପସନ୍ଦ କରନ୍ତି ଏବଂ ତାଙ୍କ ସହ ଏକ ଫିଲ୍ମ କରିବାକୁ ଚାହାନ୍ତି ।

ପ୍ରଭାସଙ୍କ ଏହି ତଥ୍ୟ ଉପରେ ଦିପିକାଙ୍କ ରାୟ କଣ ରହୁଛି ଏହା ଏଠାରେ ମଜାର ବିଷୟ ରହିଛି । ପ୍ରଭାସ ବହୁତ ଶୀଘ୍ର ବଲିଛଡ ଜଗତରେ ପାଦ ଦେବେ ବୋଲି ଶୁଣିବାକୁ ମିଳୁଛି । ହୁଏତ ଏହାଦ୍ୱାରା ତାଙ୍କର ଆଶା ପୂରଣ ହୋଇପାରେ । ସେପଟେ ଫିଲ୍ମ ସାହୋ ଲାଗି ଦିପିକାଙ୍କୁ ସାଇନ କରିବାକୁ ଚେଷ୍ଟା ଚାଲିଥିଲା । କିନ୍ତୁ ଏହା ସଫଳ ହୋଇପାରି ନଥିଲା ।

ଏବେ ପ୍ରଭାସ ଆଉ ଏକ ସ୍ୱପ୍ନ ପୂରଣ ହୋଇପାରିଛି । ପ୍ରଭାସ ଦିପିକାଙ୍କ ସହ ଫିଲ୍ମ ପରଦାରେ ରୋମାନ୍ସ କରିବେ । ଫିଲ୍ମମେକର କରଣ ଜୋହର ପ୍ରଭାସଙ୍କୁ ବଲିଛଡରେ ଲଂଚ କରିବାକୁ ପ୍ଲାନ ବନାଉଛନ୍ତି । ବାହୁବଳି ପ୍ରଭାସ ଧର୍ମା ପ୍ରଡକ୍ସନରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ବାହୁୁବଳି-୨ ପରେ ପ୍ରଭାସଙ୍କ ଫିସ ଶୁଣି କରଣ ଜୋହରଙ୍କୁ ତାଙ୍କ ପ୍ଲାନକୁ କ୍ଲୋଡ ଷ୍ଟୋରେଜରେ ପକାଇବାକୁ ବାଧ୍ୟ ହୋଇଥିଲେ । ମାତ୍ର କରଣ ଜୋହରଙ୍କ ବଲିଉଡର ଏକ ବଡ ବ୍ୟାନରରେ ପ୍ରଭାସଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏବଂ ଚଳଚିତ୍ରରେ ଅଭିନୟ କରିବା ଲାଗି ଦିପିକାଙ୍କୁ ଆପ୍ରୋଚ କରାଯାଉଛି । ମାତ୍ର ପଦ୍ମାବତୀ ଫିଲ୍ମକୁ ନେଇ ଚାଲିଥିବା ସମସ୍ୟାକୁ ନେଇ ଏଯାଏଁ ଦିପିକା କିଛି ଉତ୍ତର ଦେଇ ନାହାନ୍ତି । ଯଦି ଦିପିକା ଅଭିନୟ ପାଇଁ ଅସ୍ୱୀକାର କରିଦିଅନ୍ତି ତେବେ ଆଲିଆ ଭଟ୍ଟ ଏବଂ କ୍ୟାଟରିନାଙ୍କୁ ଅଭିନୟ ଲାଗି ଆପ୍ରୋଚ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More