Only for Entertainment

ପ୍ରଭାସଙ୍କ ଫିଲ୍ମ ସାହୋରେ ରହିଛି ଗ୍ରାଣ୍ଡ ଡ୍ୟାନ୍ସ ନମ୍ବର, ହଲିଉଡ ଷ୍ଟାର ବିୟୋନ୍ସଙ୍କ ସହ ରହିଛି କନେକ୍ସନ

Bollywoodtimes
22

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ସାହୋ ୨୦୧୯ରେ ରିଲିଜ ହେବାକୁ ଯାଉଛି । ପ୍ରଭାସ ଅନେକ ସମୟରୁ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଜା ରିପୋର୍ଟ ଅନୁସାରେ ଫିଲ୍ମର ମ୍ୟୁଜିକକୁ ନେଇ ମଧ୍ୟ ଅନେକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବଡ ବଜେଟରେ ଏହି ଫିଲ୍ମକୁ ନିର୍ମାଣ କରିବା ପାଇଁ ମେକର୍ସ ଚିନ୍ତା କରୁଛନ୍ତି । ଫିଲ୍ମର ଗୀତକୁ ନେଇ ଏବେ ନୂଆ ଖବର ସାମ୍ନାକୁ ଆସିଛି । ଗୀତ କାର୍ନିଭଲ ଥମକୁ ନେଇ ଆଧାରିତ ହେବ ବୋଲି ଶୁଣିବାକୁ ମିଳୁଛି । କେବଳ ଏତିକି ନୁହେଁ ଗୀତ ସହିତ ହଲିଉଡ ସିଙ୍ଗର ବିୟୋନ୍ସଙ୍କ ସହିତ ମଧ୍ୟ କନେକ୍ସନ ରହିଛି ।

prabhash

ରିପୋର୍ଟ ଅନୁସାରେ ଗୀତରୁ ବୈଭମ ମର୍ଚାଣ୍ଟ କମ୍ପୋଜ କରୁଛନ୍ତି । ଏହି ଗୀତରେ ପ୍ରସିଦ୍ଧ ହିପ-ହପ ଡ୍ୟାନ୍ସର ଲେସ ଟୁଇନ୍ସ ମଧ୍ୟ ନଜର ଆସିବେ । ଏହି ଦୁଇ ଭାଇ ବିୟୋନ୍ସଙ୍କ ସେଲ୍ଫ ଟାଇଟିଲ୍ଡ ଆଲବମରେ ବ୍ଲୋ ଏବଂ ଜିଲିୟସରେ ପଫର୍ମ କରି ସାରିଛନ୍ତି । କେବଳ ଏତିକି ନୁହେଁ ଗୀତରେ ପାଖାପାଖି ୧୦୦ ବ୍ରାଜିଲିୟନ ଡ୍ୟାନ୍ସର ପଫର୍ମ କରିବେ । ଗୀତଟି କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ ।

saaho

ଫିଲ୍ମ ବିଷୟରେ କହିବାକୁ ଗଲେ, ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ବଜେଟ ୧୫୦ କେଟି ବୋଲି କୁହାଯାଉଛି । ଫି ଲ୍ମରେ ପ୍ରଭାସଙ୍କ ଅପୋଜିଟରେ ଶ୍ରଦ୍ଧା କପୁର ନଜର ଆସିବେ । ଫିଲ୍ମ ହିନ୍ଦୀ, ତେଲଗୁ, ତାମିଲ ତିନୋଟି ଭାଷାରେ ରିଲିଜ କରାଯିବ । ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତିତ ଫିଲ୍ମରେ ନିଲ ନିତିନ ମୁକେଶ, ଜ୍ୟାକି ଶ୍ରଫ ଏବଂ ମନ୍ଦିରା ବେଦୀଙ୍କ ପରି କଳାକାର ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଟ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More