Only for Entertainment

‘କବିର ସିଂ’ର ଟିଜର ଦେଖି ଇଂପ୍ରେସ ହେଲେ ‘ବାହୁବଳୀ’ ଷ୍ଟାର ପ୍ରଭାସ, ସାହିଦ କପୁରଙ୍କ ଅଭିନୟକୁ ନେଇ କହିଲେ ଏହି କଥା

Vaaju
31

ନିକଟରେ ସାହିଦ କପୁରଙ୍କ ଫିଲ୍ମ କବିର ସିଂର ଧମାକାଦାର ଟିଜର ରିଲିଜ ହୋଇଥିଲା । ଫିଲ୍ମର ଟିଜରରେ ସାହିଦ କପୁର ଜବରଦସ୍ତ ଅନ୍ଦାଜରେ ନଜର ଆସିଥିଲେ । ଫିଲ୍ମର ଟିଜର ଦେଖିବା ପରେ ଫ୍ୟାନ୍ସ ସାହିଦଙ୍କ ଅଭିନୟକୁ ପ୍ରଶଂସା କରିବା ସହିତ ଭଲ ରେସ୍ପନ୍ସ ଦେଇଛନ୍ତି । ଫ୍ୟାନ୍ସଙ୍କ ପରେ ଫିଲ୍ମ ‘କବିର ସିଂ’ର ଟିଜର ଦେଖିବା ପରେ ‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କର ରିଆକ୍ସନ ସାମ୍ନାକୁ ଆସିଛି । ପ୍ରଭାସ ଫିଲ୍ମର ଟିଜରକୁ ପ୍ରଶଂସା କରିବା ସହିତ ସାହିଦଙ୍କ ଅଭିନୟରେ ସେ ଖୁବ ପ୍ରଭାବିତ ବୋଲି କହିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ପ୍ରଭାସ କହିଛନ୍ତି – ମୁଁ ଫିଲ୍ମର ଟିଜର ଦେଖିବା ପରେ ସାହିଦଙ୍କ ଅଭିନୟକୁରେ ଖୁବ ଇମ୍ପ୍ରେସ ହୋଇଛି । ଟିଜର ଦେଖିବା ପରେ ମୁଁ ସାହିଦଙ୍କୁ ଫୋନ କରିଥିଲି । ଆମେ ପାଖାପାଖି ୭-୮ ମିନିଟ ପର୍ଯ୍ୟନ୍ତ କଥା ହୋଇଥିଲୁ । ଏହା ସହିତ ମୁଁ ତାଙ୍କ ଫିଲ୍ମ କବିର ସିଂ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଲି ।

ଆପଣଙ୍କୁ କହିରଖୁଛୁ ଯେ, ‘କବିର ସିଂ’ ତେଲଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଏହା ସାଉତ ଇଣ୍ଡିଆନ ଫିଲ୍ମର ସଫଳତାକୁ ଦେଖି ମେକର୍ସ ଏହାର ହିନ୍ଦୀ ରିମେକ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଫିଲ୍ମ ‘କବିର ସିଂ’ରେ ସାହିଦଙ୍କ ଅପୋଜିଟରେ ଅଭିନେତ୍ରୀ କିଆରା ଆଡଭାଣୀ ନଜର ଆସିବେ । ଫିଲ୍ମ ୨୧ ଜୁନ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More