Only for Entertainment

ସାହୋ ଫିଲ୍ମ ସୁଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ପ୍ରଭାସ, ବାହୁବଲୀଙ୍କ ମାମୁଁ କଲେ ଖୁଲାସା !

22

ଫିଲ୍ମ ‘ବାହୁବଲୀ’ରେ ଧମାଲ ମଚାଇବଥିବା ଅଭିନେତା ପ୍ରଭାସଙ୍କ ଅଭିନୟର ସମସ୍ତେ ଦିୱାନା । ପ୍ରଭାସ ଏବେ ତାଙ୍କ ଫିଲ୍ମ ‘ସାହୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ପ୍ରଭାସଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଏହି ଖବର ଶୁଣିବା ପରେ ତାଙ୍କର ଲକ୍ଷ ଲକ୍ଷ ଫିମେଲ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ପାରେ ।

ଅସଲରେ, ପ୍ରଭାସ ଖୁବ ଶୀଘ୍ର ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ବିଷୟରେ ସୂଚନା ଦେଇଛନ୍ତି ନିଜେ ପ୍ରଭାସଙ୍କ ମାମୁଁ କୃଷ୍ଣମ ରାଜୁ । ସେ କହିଛନ୍ତି ପ୍ରଭାସଙ୍କ ଫିଲ୍ମ ଶେଷ କରି ବିବାହ ବନ୍ଧନରେ ବାନ୍ଧି ହେବେ , ଏହି କଥା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଏଠାରେ ଆମେ କହି ରଖୁଛୁ ଯେ ୨ବର୍ଷ ହେବ ପ୍ରଭାସଙ୍କ ବିବାହକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଥିଲା । ଏବେ ଦେଖିବା ବାକି ରହିଲା ଯେ ଏହି ଖବର କେତେ ସତ କେତେ ମିଛ ।

ଖବର ଶୁଣିବାକୁ ମିଳିଥିଲା ଯେ ପ୍ରଭାସ ଏବଂ ଅନୁଷ୍କା ୧୧ବର୍ଷ ହେବ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଅନେକ ଥର ଦୁହିଙ୍କ ବ୍ରେକଅପ ଖବର ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଦୁହେଁ ନିଜ ସମ୍ପର୍କକୁ ନେଇ ସବୁବେଳେ ‘ଜଷ୍ଟ ଫ୍ରେଣ୍ଡ’ ବୋଲି ଦିଅନ୍ତି । ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ଦୁହେଁ ରାଜାମୈାଲୀଙ୍କ ବିବାହରେ ଯୋଗ ଦେଇଥିଲେ । ଯେଉଁଠି ଦୁହିଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More