Only for Entertainment

ପ୍ରଭାସଙ୍କ ବିଷୟରେ ଏହି ଖବର ଶୁଣିବା ପରେ ଲକ୍ଷ ଲକ୍ଷ ମହିଳା ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିପାରେ ।

37

ଫିଲ୍ମ ବାହୁବଳୀରେ ଅଭିନୟର ଯାଦୁ ଦେଖାଇ ଚାଂଚଲ୍ୟ ସୃଷ୍ଟି କରି ଦେଇଥିବା ଆକ୍ଟର ପ୍ରଭାସଙ୍କ ଅଭିନୟର ଦିିୱାନା ସମସ୍ତେ । ଏବେ ଏହି ଆକ୍ଟର ଫିଲ୍ମ ସାହୋର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ପ୍ରଭାସଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖବର ଶୁଣିବା ପରେ ତାଙ୍କ ଲକ୍ଷ ମହିଳା ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଯାଇପାରେ ।

ବାସ୍ତବରେ ପ୍ରଭାସ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସୂଚନା ନିଜେ ପ୍ରଭାସଙ୍କ ମାମୁଁ କୃଷ୍ଣମ ରାଜୁ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଭାସ ଫିଲ୍ମ ସାହୋର ସୁଟିଂ ଶେଷ କରି ବିବାହ କରିବେ । ଅବଶ୍ୟ ସେ କାହା ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତାହାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ ।

ଖବର ଅନୁସାରେ ପ୍ରଭାସ ଏବଂ ଅନୁଷ୍କା ସେଟ୍ଟୀ ଗତ ୧୧ ବର୍ଷ ହେବ ପରସ୍ପରକୁ ଡେଟ କରି ଆସୁଛନ୍ତି । କେତେ ଥର ଦୁଇଜଣଙ୍କ ବ୍ରେକ ଅପ ଖବର ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଦୁଇଜଣ କେବେ ମଧ୍ୟ ସଂପର୍କକୁ ନେଇ ମୁହଁ ଖୋଲିନାହାଁନ୍ତି, ବରଂ ପରସ୍ପରକୁ ଭଲ ବନ୍ଧୁ ବୋଲି କହି ଆସିଛନ୍ତି । କହିରଖୁଛୁଯେ ରାଜମୋøଲିଙ୍କ ଝିଅ ବିବାହରେ ଦୁଇଜଣ ସାମିଲ ହୋଇଥିଲେ, ଯେଉଁଠାରେ ଉଭୟଙ୍କର କେମେଷ୍ଟ୍ରି ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More