Only for Entertainment

ପ୍ରଥମ ଓଡ଼ିଶା ସଙ୍ଗୀତ ସମ୍ମାନ: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ପ୍ରଫୁଲ କର, ଏହି ଦୁଇଜଣଙ୍କୁ ମିଳିଲା ଶ୍ରେଷ୍ଠ ଗାୟକ ଓ ଗାୟିକା ପୁରସ୍କାର

kanaklifestyl
202

ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହୋଇଥିଲା ପ୍ରଥମ ଓଡ଼ିଶା ସଙ୍ଗୀତ ସମ୍ମାନ । ଯେଉଁଥିରେ ଝୁମିଥିଲା ପୂରା ଓଡ଼ିଆ ଚଳଚ୍ଚିତ୍ର ଜଗତ । କେବେ ଲୁବୁନ ଟୁବୁନଙ୍କ ନୃତ୍ୟ ସଂଯୋଜନାରେ ପରିବେଷିତ ‘ବନ୍ଦେ ମାତରଂ’ ଦଳଗତ ନୃତ୍ୟରେ ଶୀତୁଆ ସଂଧ୍ୟାକୁ ରୋମାଂଚିତ କରୁଥିଲା ତ ଆଉ କେତେବେଳେ ଯୁବ କଂଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଫ୍ୟୁଜନ ସଙ୍ଗୀତରେ ଉପସ୍ଥିତ ଶ୍ରୋତା ମନମୁଗ୍ଧ ହେଉଥିଲେ । ମଂଚରେ ଓଡ଼ିଆ ସଙ୍ଗୀତ ଦୁନିଆର ନାମିଦାମି ସଙ୍ଗୀତ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ନୂଆ ପୁରୁଣା କଂଠଶିଳ୍ପୀ ଓ ଗୀତିକାରଙ୍କ ଏକ ଅପୂର୍ବ ସମାଗମ ହୋଇଥିଲା । ଓଡ଼ିଆ ଜଗତର ସମସ୍ତ ତାରକା ମଧ୍ୟ ପହଂଚିଥିଲେ ଉତ୍କଳ ମଣ୍ଡପ ମୁକ୍ତ ମଂଚରେ ।

 


ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ କରଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ହ୍ୟୁମାନ ସାଗରଙ୍କୁ ଶ୍ରେଷ୍ଠ ଗାୟକ ଓ ଦୀପ୍ତିରେଖାଙ୍କୁ ଶ୍ରେଷ୍ଠ ଗାୟିକା ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ପ୍ରେମାନନ୍ଦଙ୍କୁ ଶେଷ୍ଠ ସଙ୍ଗୀତଜ୍ଞ, ନିର୍ମଳ ନାୟକଙ୍କୁ ଶ୍ରେଷ୍ଠ ଗୀତିକାର ଓ ଅସୀମା ପଣ୍ଡାଙ୍କୁ ଲୋକପ୍ରିୟ କଂଠଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ଅନ୍ୟ ସମସ୍ତ କଳାକାରଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More