Only for Entertainment

ପ୍ରକାଶ ଝାଙ୍କ ଫିଲ୍ମ ‘ପରୀକ୍ଷା’ର ପ୍ରଥମ ପୋଷ୍ଟର ରିଲିଜ, ହୃଦୟସ୍ପର୍ଶୀ ହେବ ଏହାର କାହଣୀ

prakash jha tweet
20

ବଲିଉଡ ଫିଲ୍ମ ନିର୍ମାତା ପ୍ରକାଶ ଝା ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆମେ କହୁଛୁ ତାଙ୍କର ଆଗାମୀ ଫିଲ୍ମ ‘ପରୀକ୍ଷା’ ବିଷୟରେ । ଫିଲ୍ମର ପ୍ରଥମ ପୋଷ୍ଟର ନିକଟରେ ରିଲିଜ କରାଯାଇଛି । ପ୍ରକାଶ ଝା ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଲେଖିଥିଲେ – ‘ନିଜ ଛୁଆ ପାଇଁ ବାପା ଅସମ୍ଭବକୁ ବି ସମ୍ଭବ କରିପାରେ । ଏବଂ ଏହା ସବୁକୁ ଖିନବିନ କରିପାରେ । ମୁଁ ଅନୁଭବ କରୁଛି ପରୀକ୍ଷା ଏପରି ଏକ ଷ୍ଟୋରୀ ଯାହା ସମସ୍ତଙ୍କୁ ପ୍ରେରଣା ଦେବ ।’

ଏକ ଇଣ୍ଟରଭ୍ୟୁରେ ପ୍ରକାଶ ଝା କହିଥିଲେ ପରୀକ୍ଷାର ଥିମ ଭଲ ଶିକ୍ଷା ସବୁଠାରୁ ବଡ ସାମାଜିକ ସମାନତା ଉପରେ ଆଧାରିତ । ଫିଲ୍ମର କାହଣୀ ଏକ ଏପରି ବ୍ୟକ୍ତ ଉପରେ ଆଧାରିତ ଯେ, ରିକ୍ସା ଚଳାଇ ପିଲାମାନ ଙ୍କବୁ ସ୍କୁଲରେ ଛାଡେ । ଏବଂ ନିଜ ଛୁଆ ଙ୍କୁ ମଧ୍ୟ ସେହିପରି ଶିକ୍ଷା ଦେବା ପାଇଁ ସ୍ୱପ୍ନ ଦେଖିଥାଏ ।

ପ୍ରକାଶ ଝା ଏହା ମଧ୍ୟ କହିଛନ୍ତି ଯେ, ଫିଲ୍ମର ସୁଟିଂ ଶେଷ ହୋଇ ସାରିଛି । ଖୁବ ଶୀଘ୍ର ଏହାର ରିଲିଜ ଡେଟ ବିଷୟରେ ଘୋଷଣା କରାଯିବ । ମୁଁ ଭାଗ୍ୟଶାଳୀ ଯେ ଫିଲ୍ମ ପାଇଁ ମୋତେ ଉପଯୁକ୍ତ କଳାକାର ଏବଂ ଟେକ୍ନିସିଆନ ମିଳିଛନ୍ତି । ଏହି ଫିଲ୍ମରେ ଆଦିଲ ଦୁସେନ, ପ୍ରିୟଙ୍କା ବୋସ, ସଂଜୟ ସୁରୀଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More