Only for Entertainment

ନିଜ ଫିସ ନିଜେ ଫାଇନାଲ କରନ୍ତି ପ୍ରକାଶ ରାଜ । ୬ ଥର ଲାଗି ସାରିଛି ବ୍ୟାନ ।

aajtak
46

ଭିଲେନ ରୋଲ ପାଇଁ ପ୍ରସିଦ୍ଧ ସାଉଥ ଇଣ୍ଡିଆନ ଆକ୍ଟର ପ୍ରକାଶ ରାଜ ଏବେ ଖେଳିବାକୁ ଯାଉଛନ୍ତି ରାଜନୀତି ଲଢେଇ । ସେ କର୍ଣ୍ଣାଟକର ସେଂଟ୍ରାଲ ଲୋକସଭା ସିଟ ନିର୍ଦ୍ଦଳୀୟ ଆଶାୟୀ ପ୍ରାର୍ଥୀ ଭାବେ ନିାର୍ବାଚନ ଲଢୁଛନ୍ତି । ଯଦିଓ ପ୍ରକାଶ ରାଜ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି ତଥାପି ନିଜର ଦୃଢ ମନ୍ତବ୍ୟକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ପ୍ରକାଶ ରାଜ ତାଙ୍କ ଦମଦାର ଆକ୍ଟିଙ୍ଗ ପାଇଁ ବେଶ ଜଣାଶୁଣା । ଅଧିକାଂଶ ଫିଲ୍ମରେ ସେ ନେଗେଟିଭି ରୋଲରେ ନଜର ଆସିଛନ୍ତି । ତାଙ୍କର ଜନ୍ମସ୍ଥାନ ବାଙ୍ଗାଲୁର । କ୍ୟାରିଅର ଆରମ୍ଭରେ ପ୍ରକାଶ ବ୍ୟାକ ଟୁ ବ୍ୟାକ ଷ୍ଟେଜ ଶୋ କରୁଥିଲେ । ଏଥିପାଇଁ ତାଙ୍କୁ ପ୍ରତି ମାସରେ ୩୦୦ ଟଙ୍କା ମିଳୁଥିଲା ।

ପ୍ରକାଶ ରାଜ ୧୯୯୪ରେ ଲଳିତା କୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ହୋଇଥିଲେ । ଏହାପରେ ସେ ୨୦୧୦ରେ କୋରିଓଗ୍ରାଫର ପିନି ବର୍ମାଙ୍କୁ ବିବାହ କରିଥିଲେ । ଏହାପରେ ତାଙ୍କର ଆଉ ଏକ ପୁଅ ହୋଇଥିଲା । ପ୍ରକାଶ ୫ ଥର ନେସନାଲ ଆୱାର୍ଡ଼ ମଧ୍ୟ ପାଇଛନ୍ତି । ତେବେ ସେ କେବଳ ଜଣେ ଆକ୍ଟର ନୁହଁନ୍ତି ବରଂ ଜଣେ ପ୍ରଡ୍ୟୁସର ମଧ୍ୟ । ଖରାପ ବ୍ୟବହାର ପାଇଁ ପ୍ରକାଶଙ୍କୁ ୬ ଥର ବ୍ୟାନ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More