Only for Entertainment

ବଲିଉଡ ମେଗା ଧାରାବହିକରେ ଲିଡ ରୋଲରେ ଓଲିଉଡ କୁଇନ ପ୍ରକୃତି ମିଶ୍ର ।

kayak wallpaper
0 88

 

ଚାଇଲଡ ଆକ୍ଟ୍ରେସରୁ ଲିଡ ହିରୋଇନ । ଗୋଟିଏ ପରେ ଗୋଟିଏ ସଫଳତାରେ ପାଦ ଦେଇଥିଲେ କୁନି ଝିଅ ପ୍ରକୃତି । ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ତିଆରି କଲେ ଏକ ସୁନ୍ଦର ସ୍ଥାନ ।ଏହାପରେ ସେ ହୋଇଗଲେ ଓଡ଼ିଶାର ପ୍ରତି ଘରର ଗେହ୍ଲା ଝିଅ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତାଙ୍କ ସେ ହୋଇଗଲେ ପ୍ରିୟ ।

କ୍ୟାରିଅର ସେଠାରେ ଶେଷ ହୋଇନଥିଲା,ଫିଲ୍ମର ଏକ ଲମ୍ବା ଲାଇନ ଲାଗିଥିଲା ପ୍ରକୃତିଙ୍କ ଘରେ । ରିଆଲିଟି ଶୋ ସେଫାଳି ଠାରୁ ଆରମ୍ଭ କରି ମେଗା ଧାରାବାହିକ ତୁଳସୀରେ ସେ ଦେଖାଇଥିଲେ ତାଙ୍କ ଅଭିନୟର କମାଲ ।ଏହାପରେ ‘ହରି ଭାଇ ହାରେନା’ରେ ପ୍ରକୃତି ଛୋଟ ଝିଅଟିର ଅଭିନୟ କରି ତିଆରି କଲେ ଓଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ।

ପ୍ରକୃତି ଧୀରେ ଧୀରେ ବଡ଼ ହେବା ସହିତ ଓଲିଉଡରେ ତାଙ୍କ ସ୍ଥିତି ମଧ୍ୟ ବଦଳିବାକୁ ଲାଗିଲା । ଏହାପରେ ସେ ହୋଇଥିଲେ ଫିଲ୍ମର ନାୟିକା । ପ୍ରେମିକା,ଥୁକୁଲ,ଏସିପି ସାଗରୀକା ଓ ଓମ ସାଇ ରାମରେ ହିରୋଇନ ଚରିତ୍ରରେ ନଜର ଆସିଲେ ପ୍ରକୃତି । ୨୦୧୮ରେ ପ୍ରକୃତିଙ୍କ ଅଭିନୀତ ଡକୁମେଂଟାରି ଫିଲ୍ମ ଆର୍ସି ପାଇଲା ନେସନାଲ ଆୱାର୍ଡ଼ ।

ଏତିକିରେ ସରିନଥିଲା ପ୍ରକୃତିଙ୍କ କ୍ୟାରିଅର । ପ୍ରକୃତି ଜି ଟିଭିରେ ପ୍ରସାରିତ ସିନେ ଷ୍ଟାର କି ଖୋଜରେ ମଧ୍ୟ ନଜର ଆସିଥିଲେ । ଏହାପରେ ସେ ଆରମ୍ଭ କଲେ ଆଉ ଏକ ନୂଆ ସଫର । ଓଲିଉଡ ପରେ ନଜର ଆସିଲେ ଷ୍ଟାର ଭାରତରେ ପ୍ରସାରିତ ହିନ୍ଦୀ ମେଗା ଧାରାବାହିକ ‘ଜୟ କହ୍ନେୟା ଲାଲ କି’ । ସେଠାରେ ମଧ୍ୟ ସୁନ୍ଦର ଅଭିନୟ କରି ସେ ସାଜିଲେ ଓଡ଼ିଆ ଅଭିନେତ୍ରୀଙ୍କ ପାଇଁ ସଫଳତାର ଏକ ଜ୍ୱଳନ୍ତ ଉଦାହରଣ ।

ସୂଚନା ମୂତାବକ ପ୍ରକୃତି ଖୁବ ଶୀଘ୍ର ଆଣ୍ଡ ଟିଭିରେ “ବିଟି ବିଜନେସୱାଲି’ ମେଗା ଧାରାବହିକରେ ରେ ଲିଡ ରୋଲରେ ନଜର ଆସିବେ । ଯାହାର ବିଜ୍ଞାପନ ଆଣ୍ଡ ଟିଭିରେ ଏବେ ଆରମ୍ଭ ହୋଇସାରିଛି । ତେବେ ଏହା ଆମ ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More