Only for Entertainment

ହିନ୍ଦୀ ଧାରାବାହିକରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର

odia 360
0 78

୩-୪ ବର୍ଷ ଅପେକ୍ଷା ପରେ ତାହାର ସୁଫଳ ମିଳିଛି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ । ଅର୍ଥାତ ହିନ୍ଦୀ ଚ୍ୟାନେଲ ଷ୍ଟାର ଭାରତରେ ପ୍ରସାରିତ ଧାରାବାହିକ ‘ଜୟ କହ୍ନେୟା ଲାଲ କି’ରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଧାରାବାହିକରେ ପ୍ରକୃତିଙ୍କୁ ‘ଦିବ୍ୟାନୀ’ ଚରିତ୍ରରେ ଦେଖିବାକୁ ମିଳିଛି ଯେଉଁଥିରେ ଉଭୟ ପଜିଟିଭ ଓ ନେଗେଟିଭ ଟଚ୍ ରହିଛି ।

ଏହାକୁ ନେଇ ପ୍ରକୃତି କହିଛନ୍ତି ଯେ ‘ହିନ୍ଦୀ ଧାରାବାହିକରେ ମୁଁ ପ୍ରଥମ ଥର ପାଇଁ ଅଭିନୟ କରୁଛି । ପ୍ରଥମ ସୁଯୋଗରେ ମୋତେ ଏଭଳି ମନଲାଖି ଭୂମିକା ମିଳିବ ବୋଲି ମୋର ବିଶ୍ୱାସ ନଥିଲା । ସହ କଳାକାରମାନେ ବେଶ କୋପରେଟିଭ । ସେମାନଙ୍କ ସହିତ ମିଶି ମୁଁ ଅନେକ କିଛି ଶିଖିଛି । ଏବଂ ଏଥିରେ ମୋତେ ଯେଉଁ ଭୂମିକା ମିଳିଛି ତାହା ମୋ କ୍ୟାରିୟରକୁ ଏକ ନୂଆ ଦିଗ ଦେବ ବୋଲି ଆଶା ରଖିଛି ।’ ଏହା ସହିତ ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଜନ୍ମମାଟି ଓଡିଶାକୁ ଶ୍ରେୟ ଦେବା ସହ ଧନ୍ୟବାଦ ଜଣାଇଛନ୍ତି ।

ଅଜା-ନାତୁଣୀର ସ୍ନେହଭରା ସମ୍ପର୍କକୁ ନେଇ ଏହି କାହାଣୀ ଗତିଶୀଳ । ପ୍ରକୃତିଙ୍କ ବ୍ୟତୀତ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ବିଶାଳ ବୈଶିଷ୍ଠ ଏବଂ ଶ୍ୱେତା ଭଟ୍ଟାଚାର୍ଯ୍ୟ ନଜର ଆସଛନ୍ତି । ଧାରାବାହିକଟି ସୋମବାର ରୁ ଶନିବାର ରାତି ୯.୩୦ରେ ଜାନୁୟାରୀ ୧ରୁ ପ୍ରସାରିତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More